ହେଡଲାଇନସ୍:

ସ୍ୱାସ୍ଥ୍ୟ ସେବା ରେ ଉନ୍ନତି ଆଣିବା ପାଇଁ ଡ଼ାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ବଳିଷ୍ଠ ପ୍ରୟାସ ଶୁଭାରମ୍ଭ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ସାଲେପୁର -ଶାସକ ପ୍ରଶାସକ) ସାଲେପୁର ବ୍ଲକ ବେତେଇ କଳାଗ୍ନି ଛକ ନିକଟରେ ଗୋଲ୍ଡ ମେଡାଲିଷ୍ଟ୍ ଡ଼ାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ବଳିଷ୍ଠ ପ୍ରୟାସରେ ଗ୍ରାମାଞ୍ଚଳର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସେବା ଯୋଗାଇ ଦେବା ନିମନ୍ତେ ଶିବମ୍ ମଲଟି ସ୍ପେଶାଲିଷ୍ଟ କ୍ଲିନିକ୍ ଉଦଘାଟିତ ହୋଇଯାଇଛି l ଏହି କ୍ଲିନିକ ହେବା ଦ୍ୱାରା ସହରାଞ୍ଚଳ ଭଳି ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବା ସମ୍ଭବ ହୋଇପାରିବ ବୋଲି ଡ଼ାକ୍ତର ଚୌଧୁରୀ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସମ୍ମାନିତ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ଡାକ୍ତର ସଞ୍ଜୟ କୁମାର ଦାସ ଯୋଗଦାନ କରି ନୂତନ କ୍ଲିନିକକୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡ଼ା. ପ୍ରତାପ ଚୌଧୁରୀ, ପରୀକ୍ଷିତ ବେହେରା, ରଞ୍ଜନ କୁମାର ପ୍ରଧାନ, ଚିତ୍ତରଞ୍ଜନ ବରାଳ, ରାଜୀବ ଲୋଚନ ନାୟକ, ପ୍ରମୋଦ ସାହୁ, ରଶ୍ମୀକାନ୍ତ ପ୍ରଧାନ, ଡ଼ା. ସୂର୍ଯ୍ୟପ୍ରକାଶ ଚୌଧୁରୀ, ପ୍ରଦୀପ୍ତ ରାଉତରାୟ, ଶଙ୍କର୍ଷଣ ଦାସ, ନାଟ୍ୟକାର ମନୋଜ କୁମାର ପଣ୍ଡା, ଅଶୋକ ବିଶ୍ୱାଳ, ଉତ୍କଳ କେଶରୀ ପଣ୍ଡା, ସୀତାଂଶୁ ମହାନ୍ତି, ସୀତାଂଶୁ ବାରିକ, ରଶ୍ମୀକାନ୍ତ ପ୍ରଧାନ,ଡ଼ା. ସୋନାଲି ସ୍ୱାଇଁ, ଶେଷଲତା ଚୌଧୁରୀଙ୍କ ସମେତ ବହୁ ଡାକ୍ତର, କର୍ମଚାରୀ, ସମାଜସେବୀ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ l ଏହି କ୍ଲିନିକରେ ମୁଖ୍ୟତଃ ସମସ୍ତ ପ୍ରକାରର ରକ୍ତ, ମୂତ୍ର ଓ କର୍କଟ ପରୀକ୍ଷା, ଇସିଜି , ଏକ୍ସରେ ,ଅଲଟ୍ରା ସାଉଣ୍ଡ , ଏଣ୍ଡୋସ୍କୋପି ଏନସିଭି ଇଇଜି, ଆଖି, ଦାନ୍ତ ପରୀକ୍ଷା ସହ ସମସ୍ତ ପ୍ରକାରର ଉନ୍ନତ ଫିଜିଓଥେରାପି ଏବଂ ସ୍ପିଚ୍ ଥେରାପି ଆଦି ବହୁ ସ୍ୱାସ୍ଥ୍ୟଗତ ସମସ୍ୟା ଅତ୍ୟାଧୁନିକ ଶୈଳୀରେ କରାଯିବ ବୋଲି କ୍ଲିନିକର ମୁଖ୍ୟ ପ୍ରକାଶ କରିଛନ୍ତି l

0
0
0
s2sdefault