ହେଡଲାଇନସ୍:

ରାଜ୍ଯ ଗ୍ରନ୍ଥାଗାରରେ ହରେକୃଷ୍ଣ ମହତାବଙ୍କ ୩୭ତମ ତିରୋଧାନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର-ତା୦୨.୦୧.୨୦୨୪- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ହରେକୃଷ୍ଣ ମହତାବଙ୍କ ୩୭ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ, ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ସଚିବ ଶ୍ରୀମତୀ ଅତସୀ ଦାସ, ଅନୁଶାସନ ସଚିବ ସୁଶ୍ରୀ ଶୁଭସ୍ମିତା ପ୍ରଧାନ ଓ ଗ୍ରନ୍ଥାଗାରର କର୍ମଚାରୀ ମାନେ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ଅପରାହ୍ନରେ ଶିବାନନ୍ଦ ସେଣ୍ଟନାରୀ ବାଳକ ସ୍କୁଲ, ଖଣ୍ଡଗିରି, ଭୁବନେଶ୍ବର ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ର , ଲକ୍ଷ୍ମୀସାଗର, ଭୁବନେଶ୍ବରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଏହି ବକ୍ତୃତା ପ୍ରତିଯୋଗୀତାରେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଏବଂ ଶ୍ରୀ ଅସିତ୍ ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ l

ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ବକ୍ତୃତା ପ୍ରତିଯୋଗୀତା ଗ୍ରନ୍ଥାଧ୍ୟକ୍ଷାଙ୍କ ଶ୍ରୀମତୀ ସଂଘମିତ୍ରା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ପଦ୍ମନାଭ ଜେନା,ଶ୍ରୀ ବିଦ୍ୟାଧର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

0
0
0
s2sdefault