ହେଡଲାଇନସ୍:

ସ୍ଥାୟୀ ଭିତ୍ତିଭୂମି ସୁଦୃଢ ନିମନ୍ତେ ରହୁ ଏକମାତ୍ର ଲକ୍ଷ୍ୟ : ଡ. ଅରୁଣ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ବର୍ଣ୍ଣ କଳଶ କ୍ଷେତ୍ର ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠ ଏକ ପ୍ରତିଷ୍ଠିତ ତୀର୍ଥ କ୍ଷେତ୍ର । ଜଟାଜୁଟ ନିଶଦାଢି ଧାରୀ ଶ୍ରୀ ରଘୁନାଥଙ୍କ ଅନନ୍ୟ ଦାରୁ ମୂର୍ତ୍ତିଙ୍କ ଦର୍ଶନ ପାଇଁ ରାଜ୍ୟ ଏବଂ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତମାନଙ୍କ ସମାଗମ ହେଇଥାଏ । ତୀର୍ଥଯାତ୍ରୀଙ୍କ ଦର୍ଶନ ପାଇଁ ସାମ୍ପ୍ରତିକ ସମୟର ଆବଶ୍ୟକତାକୁ ବିଚାର କରି ସମ୍ଭବତଃ ପହୁଡ଼ ସମୟକୁ କମ୍ କରାଯାଇପାରିଲେ ଦୂରଦୂରାନ୍ତରୁ ଆସୁଥିବା ଦର୍ଶନାର୍ଥୀ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରନ୍ତେ ବୋଲି ସୋମବାର ଅପରାହ୍ନ ସ୍ଥାନୀୟ ସରକାରୀ କଲ୍ୟାଣୀ ମଣ୍ଡପରେ ଆୟୋଜିତ ଅଭିନନ୍ଦନ ସଭାରେ ଯୋଗଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କହିଥିଲେ ।

ଗାଁଠାରୁ ସହର ପର୍ଯ୍ୟନ୍ତ ମନ୍ଦିର ସହିତ ଶିକ୍ଷାନୁଷ୍ଠାନ ଗୁଡିକର ରୁପାନ୍ତରିକରଣ ପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକୀୟ ଅନୁଦାନକୁ ଅନୁମୋଦିନ କରିଛନ୍ତି। କାରଣ ସ୍ଥାୟୀ ଭିତିଭୂମି ସୃଷ୍ଟି ହୋଇପାରିଲେ ଧାରାବାହିକ ଭାବେ ବିକାଶ ଓ ପ୍ରଗତି ଆଗେଇ ଚାଲିବ । ନୟାଗଡ ବିଧାନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ଚିନ୍ତାଧାରାକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ଲକ୍ଷ ନେଇ ଦୃଢ଼ତାର ସହିତ ସ୍ଥାୟୀ ଭିତିଭୂମିର ବିକାଶ ଏକମାତ୍ର ଲକ୍ଷହେଉ ବୋଲି ବିଧାୟକ କହିଥିଲେ । ଓଡ଼ିଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିନନ୍ଦନ ସଭାରେ ନୂତନ ବର୍ଷରେ ଅଭିନନ୍ଦନ ଜଣାଇବା ପାଇଁ ବ୍ଳକ ପ୍ରଶାସନ ତରଫରୁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ, ଏନ୍ଏସି ଅଧିକାରୀ ଦୁଃଶାସନ ସ୍ବାଇଁ, ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ସହିତ ଅନ୍ୟ ବିଭାଗୀୟ ପ୍ରଶାସନିକ ପ୍ରତିନିଧି ମାନେ ନୟାଗଡ଼ ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ ।

ନୂଆବର୍ଷ ଉପଲକ୍ଷେ ଉଭୟ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କରି ନୟାଗଡ଼ ଫେରିଯାଇଥିଲେ ।

0
0
0
s2sdefault