ହେଡଲାଇନସ୍:

ନୂଆବର୍ଷ ରେ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କ ରେଡ଼କ୍ରସ ପାଣ୍ଠିକୁ ଦାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:  ଗରିବ, ଅସହାୟ, ଦିବ୍ୟଅଙ୍ଗ ଅର୍ଥ ଅଭାବରୁ ରୋଗଶଯ୍ୟାରେ ପୀଡିତ,ଦୁର୍ଘଟଣା ଗ୍ରସ୍ତ ଲୋକମାନଙ୍କର ଜରୁରୀ କାଳୀନ ସେବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । କହିବାକୁ ଗଲେ ଜରୁରୀକାଳୀନ ପରିସ୍ଥିତି ରେ ସମାଜ ସେବା ରେ ସିଧାସଳଖ ରେଡ଼କ୍ରସ ପାଣ୍ଠି ଲୋକଙ୍କ କାମରେ ଲାଗିଥାଏ। ଆଜି ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ନବବର୍ଷ ପାଳନ ଅବସରରେ ଜିଲ୍ଲାର ଦୁଇ ଜଣ ବରିଷ୍ଠ ଅଧିକାରୀ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ମୁକ୍ତ ହସ୍ତରେ ଦଶ ହଜାର ଟଙ୍କା ରେ ଚେକ୍ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ପ୍ରଦାନ କରିଛନ୍ତି। ସେମାନେ ହେଲେ ଜିଲ୍ଲା ମୁଖ୍ୟ ପ୍ରାଣିଧନ ଚିକିତ୍ସା ଅଧିକାରୀ ଡା ରାଧେଶ୍ୟାମ ଲାଏକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଶ୍ରୀମତୀ ଗୁହା ହେଇଛନ୍ତି ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଶ୍ରୀ ଲାଏକ୍ ଙ୍କ ଧର୍ମପତ୍ନୀ । ନବବର୍ଷ ରେ ସମାଜ ର ସେବା ରେ ଲାଗିବା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ମୁକ୍ତ ହସ୍ତରେ ଦଶ ହଜାର ଟଙ୍କା ଦାନ କରିଥିବାରୁ ଏହି ଦୁଇ ଜଣ ଜିଲ୍ଲା ଅଧିକାରୀ ଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନବବର୍ଷ ର ଶୁଭେଚ୍ଛା ସହ ଧନ୍ୟବାଦ୍ ଜଣାଇଥିଲେ। ଏହି ଅବସରେ ଜରୁରୀକାଳୀନ ପରିସ୍ଥିତି ରେ ସମାଜର ଲୋକଙ୍କ ହିତରେ ରେଡ଼କ୍ରସ ପାଣ୍ଠି ଖର୍ଚ୍ଚ ହେଉଥିବା ରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ବଦାନ୍ୟ ବ୍ୟକ୍ତି ବିଶେଷ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଆହ୍ଵାନ ଦେଇଥିଲେ ।

0
0
0
s2sdefault