(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ସାଇ ମନ୍ଦିର ନିକଟସ୍ତ ମା ସରସ୍ବତୀ ପୂଜା କମିଟି ବଡ଼ ନଇଁଗୁଆଁ ଯୁବକ ସଂଘ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ବରିଷ୍ଟ ନେତା ଦିଲ୍ଲୀପ କୁମାର ମହାନ୍ତି, ସମାଜସେବୀ ବିଜୟ ଗୋପାଳ ବିଶୋଇ, ଯୁବ ନେତା ରତନ କୁମାର ସେଠୀ , କିସନ କୁମାର ସେଠି, ଉପେନ୍ଦ୍ର ସେଠି, ଦେବେନ୍ଦ୍ର ଦାସ, ବିଭୁତିଭୁଷଣ ଦାସ, ପିଣ୍ଟୁ ଦାସ, ପୁରସ୍ତମ ସେଠୀ , ପପୁଲ ସେଠୀ,ପ୍ରଦୀପ ଦାସ ଙ୍କ ସମେତ ବହୁ ଯୁବକ ବନ୍ଧୁମାନେ ଯୋଗଦାନ କରି ନୀତି ନୈତିକତା ଏବଂ ସମାଜ ଗଠନରେ ଯୁବକ ମାନଙ୍କର ସହଭାଗିତା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ ରଖିଥିଲେ l ସମସ୍ତ ଯୁବକ ମାନେ ଏକ ଆଲୋଚନା ରେ ଯୋଗ ଦେଇ ସଙ୍ଗଠନ କୁ ସୁଦୃଢ କରିବାକୁ ହେଲେ ସମସ୍ତଙ୍କ ସହଭାଗିତା ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ ରଖିଥିଲେ l କର୍ଯ୍ୟକ୍ରମକୁ ସରସ ସୁନ୍ଦର ଏବଂ ଆକର୍ଷିତ କରିବା ପାଇଁ ସମସ୍ତ ଯୁବକ ବନ୍ଧୁ ମାନେ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସମସ୍ତ ଯୁବକ ବନ୍ଧୁ ମାନେ ସହଯୋଗ କରି ସୁନ୍ଦର ଭାବେ କର୍ଯ୍ୟକ୍ରମ ସମାପନ କରିଥଲେ l ପରିଶେଷରେ ନବବର୍ଷ ଉଦେଶ୍ୟରେ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ କାମନା କରିଥିଲେ l
ରାଜ୍ୟ
ସରସ୍ବତୀ ପୂଜା କମିଟି ବଡ଼ ନଇଁଗୁଆଁ ଯୁବକ ସଂଘ ଙ୍କ ଦ୍ୱାରା ନୂଆ ବର୍ଷରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଉତ୍ସବ l
- Hits: 265








