ହେଡଲାଇନସ୍:

ନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟା ର ନାଟକ ଗେଷ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ଗେଷ୍ଟ । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ହାସ୍ୟ ରସାତ୍ମକ ଓ ସାମାଜିକ ସଚେତନତା ପୂର୍ଣ୍ଣ ନାଟକ "ଗେଷ୍ଟ "।ସରକାରୀ ଚାକିରୀ କରିଥିବା ଜଣେ ନିମ୍ନ ମଧ୍ୟବିତ୍ତ ବ୍ୟକ୍ତି ଘରକୁ ଆସିଥିବା ଅତିଥିଙ୍କ ଦ୍ଵାରା କିପରି ହଇରାଣ ହୋଇଛନ୍ତି ଏବଂ ଏ ସବୁ ପରେ ବି ଅତିଥି ଚାଲିଯିବା ପାଇଁ କୌଣସି ଆଗ୍ରହ ଦେଖାଉନାହାନ୍ତି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଗେଷ୍ଟ।ନାଟକ ରଚନା କରିଛନ୍ତି ଆମ ସମୟର ଖ୍ୟାତନାମା ନାଟ୍ୟକାର ଦର୍ପ ନାୟଣ ସେଠୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ କୁମାର ସାମନ୍ତରାୟ ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାଟକର ବିଭିନ୍ନ ଦିଗଉପରେ ଆଲୋକପାତ କରିଥିବା ସହ ନୟାଗଡର ସମୃଦ୍ଧ ନାଟ୍ୟ ପରମ୍ପରାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ନୟାଗଡର ବିଶିଷ୍ଟ ଗୀତିକାର ଗୀତିକଳ୍ପ ହରିଶ ପ୍ରଧାନ, ବରିଷ୍ଠ ଅଭିନେତା ପାଣ୍ଡବ ନାୟକ, ଅଭିନେତା ସୁଦର୍ଶନ ରାଉତଙ୍କୁ ମଂଚାୟନ ନାଟକ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଚାଳନ କରିଥିଲେ କବି ଗୋପୀନାଥ ସେଠୀ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ମଂଚାୟନର ସଭାପତି ସଭାପତି ଯାମିନୀ କାନ୍ତ ମିଶ୍ର ଏବଂ ସହ ସଂପାଦକ ଜ୍ଞାନ ପ୍ରକାଶ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।ନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟା ର ନାଟକ ଗେଷ୍ଟ

0
0
0
s2sdefault