ହେଡଲାଇନସ୍:

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୧.୦୧.୨୦୨୪/ସୁମନ୍ତ କୁମାର ଦାସ:  ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ . ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୬୦ଟି ଅଭିଯୋଗ ପଂଜିକୃତ ହୋଇଥୁଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିୟ ୫୧ଗୋଟି ଅଭିଯୋଗ, ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ/ ଗ୍ରାମ୍ୟ ସମସ୍ୟା ସଂପର୍କୀୟ ୦୯ଟି,ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୧୨ଟି, ଆବାସ ଯୋଜନା ସମସ୍ୟା ସଂପର୍କୀୟ ୦୦ ଟି, ଜମିଜମା ସମସ୍ୟା ସଂପର୍କୀୟ ୧୧ଟି, ଭତା ପାଇବା ପାଇଁ ୦୦ଟି, ପୋଲିସ ସହାୟତା ପାଇବା ପାଇଁ ୦୨ଟି,ରେଡ୍ କ୍ରସ୍ ପାଣ୍ଡିରୁ ସହାୟତା ପାଇବା ପାଇଁ ୦୧ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୦୧ଟି ଏବଂ ଅନ୍ୟାନ୍ୟ୦୫ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୧୯ଟି ଅଭିଯୋଗର ତତ୍‌କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୂକ୍ଷକ ଶ୍ରୀ ରାହୁଲ ପି.ଆର୍,ମୁଖ୍ୟ ବିକାଶ-ତଥା- ନିର୍ବାହୀ ଅଧୁକାରୀ, ଜିଲ୍ଲା ପରିଷଦ ଶ୍ରୀ ରବିନାରାୟଣ ଜେଠୀ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଗୋଷ୍ଠି ଉନ୍ନୟନ ଅଧୁକାରୀ, ତିର୍ତ୍ତୋଲ ଶ୍ରୀ ତପନ କୁମାର ସେନାପତି, ତହସିଲଦାର, ତିର୍ତ୍ତୋଲ ଶ୍ରୀ ସତ୍ୟଜିତ୍ ମହାପାତ୍ର, ଜିଲ୍ଲାସ୍ତରୀୟ ଅଧୁକାରୀ, କ୍ଷେତ୍ରୀୟ ଅଧୁକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।

0
0
0
s2sdefault