ହେଡଲାଇନସ୍:

ଯୁବକଙ୍କୁ ଅପହରଣ କରି ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର (ସେକ କୌସର ): ବାଣପୁର ଥାନା ଅନ୍ତର୍ଗତ ଖଣନ୍ତ ଗ୍ରାମର ଜଣେ ଯୁବକଙ୍କୁ ଆଜି ଅପରାହ୍ନରେ ମଟରସାଇକେଲ ସହ ଅପହରଣ କରି ୬ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ ଖଣନ୍ତ ଗ୍ରାମର ନୀଳାଞ୍ଚଳ ପରିଡା ନାମକ ଜଣେ ଯୁବକଙ୍କ ଘରକୁ ଆସି କିଛି ଦୁର୍ବୃତ୍ତ ଗାଳି ଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ନୀଳାଞ୍ଚଳ ବଜାରକୁ ଯିବା ସମୟରେ ବାଟରେ ଛକି ରହିଥିବା ଦୁର୍ବୃତ୍ତ ମାନେ ଗାଡି ସହ ତାଙ୍କୁ ଅପହରଣ କରିଥିଲେ।ଦୀକ୍ଷିତପଡା ଶଙ୍ଖ ଠାରେ ଥିବା ଏକ ବରଗଛ ପାଖରେ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ନୀଳାଞ୍ଚଳ ସେଠାରେ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ମୋବାଇଲ, ସୁନାଚେନ ଓ ୫୦୦୦ଟଙ୍କା ନେଇ ଫେରାର ହୋଇଯାଇଥିବା ନୀଳାଞ୍ଚଳଙ୍କ ମା ମାଣିକ ପରିଡା ବାଣପୁର ଥାନାରେ ଅଭିଯୋଗ କରିଛନ୍ତି।ପରିବାର ଲୋକ ସେଠାରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ନୀଳାଞ୍ଚଳଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାବେଳେ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ଜଣାଯାଇଛି।
ତେବେ ପୋଲିସ ତଦନ୍ତ କରି ଦୋଷୀ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଖଣନ୍ତ ଗ୍ରାମବାସୀ ଦାବୀ କରିଛନ୍ତି।

0
0
0
s2sdefault