ହେଡଲାଇନସ୍:

ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲା ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପୁରୁଖା ନେତା ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଦଣ୍ଡ ଉଠାଇଛି ବିଜୁ ଜନତା ଦଳ | ବିବାଦୀୟ ମନ୍ତବ୍ୟ ଦେଇ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ଦଳରୁ ବିଜେଡିରୁ ବହିଷ୍କୃତ ହୋଇଥିବା ଦାମ ବାବୁଙ୍କ ଉପରୁ ପ୍ରାୟ ପାଞ୍ଚବର୍ଷ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପରୁ ଉଠାଇଛନ୍ତି ଏହି ବହିଷ୍କାର ଆଦେଶ | ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନିଜ ପୂର୍ବତନ ଚର୍ଚିତ ସହଯୋଗୀଙ୍କୁ ପୁଣି ଦଳରେ ଗ୍ରହଣ କରି ଦେଇଛନ୍ତି ନୁଆବର୍ଷର ଉପହାର |
ନବୀନ ବାବୁଙ୍କ ଉପରେ ଲଗାତାର ବିବାଦୀୟ ମନ୍ତବ୍ୟ ଦେଇ ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ବାବୁଙ୍କୁ ୨୦୧୯ ମାର୍ଚ୍ଚ ୧୪ ତାରିଖରେ କୋଳେଇ ନେଇଥିଲା ବିଜେପି | ବିଜେପି ପାଇଁ ସେମିତି କିଛି ଉପଯୋଗୀ ପ୍ରମାଣିତ ହୋଇନଥିବା ବେଳେ ନିଜେ ନିର୍ବାଚନରେ ଜିତିବାରେ ସକ୍ଷମ ହୋଇପାରିନଥିଲେ ଦାମ ବାବୁ | ସାତ ସାତ ଥରର ବିଧାୟକ ହୋଇ ବି ବାଲିକୁଦା-ଏରସମା ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢ଼ି ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କ ଠାରୁ ଶୋଚନୀୟଭାବେ ପରାଜିତ ହୋଇଥିଲେ | ହେଲେ ଵିଜେପିରେ ଥାଇ ବି ସେପଟେ ପୁଅ ବାପି ରାଉତରାୟଙ୍କୁ ପାରାଦୀପ ନିର୍ବାଚନମଣ୍ଡଳୀରୁ ବିଜେଡ଼ଦିରୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ବିଜେପି ସହିତ ଦାମବାବୁଙ୍କ ସମ୍ପର୍କ ବେଶିଦିନ ମଧୁର ରହିପାରିଲାନି | ମାତ୍ର ସାତମାସ ଦୁଇଦିନ ପରେ ୨୦୧୯ ଅକ୍ଟୋବର ୧୬ ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଶେଷରେ ଆଜି ତାଙ୍କ ଉପରୁ ନବୀନ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଥିବା ବେଳେ ବର୍ତ୍ତମାନ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଡ଼ ରାଉତଙ୍କଆଗକୁ କଣ ଆଭିମୁଖ୍ୟ ରହିବ, ତାହା ଭବିଷ୍ୟତରେ ଜଣାପଡିବ |

0
0
0
s2sdefault