ହେଡଲାଇନସ୍:

“ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ” ଏବଂ “ସମୃଦ୍ଧଶୀଳ” ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ : ମନମୋହନ ସାମଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,ତା.୩୧/୧୨: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଇଂରାଜୀ ନବ ବର୍ଷ ୨୦୨୪ ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ରାଜ୍ୟ । ଓଡ଼ିଶାର ଐତିହ୍ୟ, ସଂସ୍କୃତି, କଳା ଓ ଭାସ୍କର୍ଯ୍ୟ, ବିସ୍ତିର୍ଣ୍ଣ ବେଳାଭୂମିର ସ୍ୱତନ୍ତ୍ର ପରିଚୟ ରହିଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହାର ଯଥାର୍ଥ ପରିଚୟ ସୃଷ୍ଟି ହୋଇପାରିଲା ନାହିଁ । “ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ” ଏବଂ “ସମୃଦ୍ଧଶୀଳ” ଓଡ଼ିଶା ଗଠନ ହେଉଛି ଆମ ସମସ୍ତଙ୍କ ପାଇଁ ନୂତନ ବର୍ଷର ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
୨୦୨୪ ବର୍ଷ ସମସ୍ତଙ୍କ ପାଇଁ ଶୁଭମୟ, ଶାନ୍ତିମୟ, ମଙ୍ଗଳମୟ ଏବଂ ସମୃଦ୍ଧିମୟ ହେବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଶ୍ରୀ ସାମଲ ଏବଂ ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

0
0
0
s2sdefault