ହେଡଲାଇନସ୍:

ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସଂଧ୍ୟା ର ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ "ବିଦ୍ରୋହ ନିଜ ବିରୁଦ୍ଧରେ"। ନିଜକୁ ବେଶ୍ ଉଚ୍ଚଶିକ୍ଷିତ ଓ ବୁଦ୍ଧିମାନ ମନେକରୁଥିବା କିଛି ତଥାକଥିତ ମଣିଷ ମଧ୍ୟ ସମୟକ୍ରମେ ଅଂଧବିଶ୍ୱ।ସର କବଳରେ କବଳିତ ହୋଇଥାଏ।ବଂଚିବାର ଦୁର୍ବାର ଦୁର୍ବଳତା ଯୋଗୁଁ ନିଜ ଆଦର୍ଶ,ସଂସ୍କାର , ଅଭିମାନକୁ ମଧ୍ୟ ଦୂରେଇ ଦେଇଥାନ୍ତି ସେମାନେ, ଏମିତି ଏକ ମାନସିକ ଭାବବୋଧକୁ ନେଇ ନାଟକ ରଚନା କରିଛନ୍ତି ନାଟ୍ୟକାର ଗଦାଧର ନନ୍ଦ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପବିତ୍ର କୁମାର ମହାନ୍ତି।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ କୁମାର ରଥ,ସମ୍ମାନିତ ଅତିଥି ବିଶିଷ୍ଟ ମଧୁମେହ ଚିକିତ୍ସକ ତଥ ସାହିତ୍ୟିକ ଡ. ଆଲୋକ କାନୁନ ଗୋ, କେନ୍ଦ୍ର ଏକସାଇଜ୍ ର ପ୍ରାକ୍ତନ ମୁଖ୍ୟ କମିସନର ପ୍ରସନ୍ନ କୁମାର ଦାସ ଯୋଗଦେଇ ନାଟକର ବିଭିନ୍ନ ଦିଗଉପରେ ଆଲୋକପାତ କରିଥିବା ସହ ନୟାଗଡର ସମୃଦ୍ଧ ନାଟ୍ୟ ପରମ୍ପରା ର ଭୂୟସୀ ପ୍ରଶଂସା କରିଥିଲେ । ଆକର୍ଷଣୀୟ ଭାବେ ନିର୍ମିତ ହେଉଥିବା ସଂସ୍କୃତି ଭବନ ସଂପୂର୍ଣ୍ଣ ହୋବା ପରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରିବା ପାଇଁ ସଚିବ ଶ୍ରୀ ରଥ ଘୋଷଣା କରିଥିଲେ। ଏହି ଅବସରରେ ନୟାଗଡର ବିଶିଷ୍ଟ ନାଟ୍ୟକାର ବିଶ୍ୱନାଥ ମହାପାତ୍ର ଏବଂ ଖ୍ୟାତନାମା ନିର୍ଦ୍ଦେଶକ ତଥା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥଙ୍କୁ ମଂଚାୟନ ନାଟକ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ମଞ୍ଚାୟନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ ସଭାପତି ଯାମିନୀ କାନ୍ତ ମିଶ୍ର।

0
0
0
s2sdefault