ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର)ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ବର ଠାରେ ପ୍ରଫେସର୍ ଡ.ଅମୂଲ୍ୟ କୁମାର ପଣ୍ଡାଙ୍କ ଦେହାନ୍ତରେ ହୋଇଥିଲା। ସେ ଜଣେ ଉଚ୍ଚ କୋଟୀର ଶିକ୍ଷାବିତ୍ , ଖେଳାଳି , ସଂସ୍କୃତିପ୍ରେମୀ , ଦକ୍ଷ ଶିକ୍ଷା ପ୍ରଶାସକଙ୍କୁ ଆଜି ଓଡ଼ିଶାବାସୀ ହରାଇଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି। ଶିକ୍ଷା ଜଗତର ଏକ ଅମୂଲ୍ୟ ରତ୍ନ ସେ ଥିଲେ। ତାଙ୍କର ଦେହାନ୍ତରେ ଏକ ଅବ୍ୟକ୍ତ ଅପୂରଣୀୟ କ୍ଷତି ମଧ୍ୟ ଘଟିଗଲା। ଭଗବତ୍ ପାଢ଼ୀଙ୍କ ପରିଚାଳନାରେ ବିଚିତ୍ରାନନ୍ଦ ବେବର୍ତ୍ତା , ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ , ବିନୋଦ ଚନ୍ଦ୍ର ଜେନା , ସୁବାସ ଜମାଦାର , ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ , ଆଶାଲତା ପାଣିଗ୍ରାହୀ , ଅଶ୍ୱିନୀ ପାଢ଼ୀ , ଭାରତ ଭୁଷଣ ମହାନ୍ତି , ରାମଶଙ୍କର ଗନ୍ତାୟତ , ରମାକାନ୍ତ ପାଣିଗ୍ରାହୀ , ବାବୁଲି ରାଜଗୁରୁ , ଗୋପୀନାଥ ପାଢ଼ୀ , ସଚ୍ଚିଦାନନ୍ଦ ସାମଲ , ଶରତ ସାହୁ ପ୍ରଭୃତି ଯୋଗଦାନ କରି ଦିବଙ୍ଗତ ପଣ୍ଡାଙ୍କର ବହୁମୁଖି ପ୍ରତିଭା ଆଲୋଚନା କରିଥିଲେ।
ରାଜ୍ୟ
ପ୍ରଫେସର୍ ଡ.ଅମୂଲ୍ୟ କୁମାର ପଣ୍ଡାଙ୍କ ବିୟୋଗରେ ଶୋକସଭା
- Hits: 272








