ହେଡଲାଇନସ୍:

ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ସ୍ବାଧୀନତ ସଂଗ୍ରାମୀ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କ ସ୍ମୃତି ସଭା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାଶକ): ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଠାରେ ସାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସର୍ଗତ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କ ସ୍ମୃତି ଦିବସ ପାଳିତ ହୋଇଛି। ଆଇନଜୀବି ଅମରେନ୍ଦ୍ର ମାହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବିକାଶ ପରିଷଦର ଅଧକ୍ଷ ଶାରଦା ପ୍ରଧାନ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ପଟ୍ଟନାୟକ ଏ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ବୋଲି ପ୍ରକାଶ କରିଥିଲେ l ଏଥିରେ ଜୋନ୍ ସଭାପତି ଅଶୋକ ସାହୁ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ କର, ମଣ୍ଡଳ ସଭାପତି କୈଳାସ ବେହେରା, ରଂଜନ ରାଉତ, ନିର୍ମଳ ରାଉତ, ସମିତିସଭ୍ୟ ଭବାନୀ ବେହେରା, ସୁରେନ୍ଦ୍ରନାଥ ରାଉତ, ହରମୋହନ ପଣ୍ଡା,ସୁରେନ୍ଦ୍ରନାଥ ଜେନା, ପ୍ରଫୁଲ୍ଲଚନ୍ଦ୍ର ଦାସ, ବିକାଶ ମହାପାତ୍ର ପ୍ରମୁଖ ଯୋଗ ଦେଇ ସର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଭାଗ୍ୟଧର ନାୟକ ଓ ଉତ୍ତମ ଚରଣ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସୁରେନ୍ଦ୍ରନାଥ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।

0
0
0
s2sdefault