ହେଡଲାଇନସ୍:

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ ନୂଆଁ-ଓ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଓଡ଼ିଶା ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଏବଂ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନ, ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ଉପାଧ୍ୟକ୍ଷା ଟି.ବବିତା କୁମାରୀ, ବିଦ୍ୟାଳୟର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ବିପିନ୍ ବିହାରୀ ସାହୁ, ବିଶିଷ୍ଠ ସମାଜ ସେବୀ ଭି.ଦେବୀ ପ୍ରସାଦ ପାତ୍ର, ପରିବେଶବିତ୍ ଶୂଳପାଣି ଶତପଥି ଯୋଗଦେଇ ମଞ୍ଚମଣ୍ଡନ କରିଥିଲେ। ବିଧାୟକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭା ଆରମ୍ଭ କରିଥିଲେ। ମାନସ ରଞ୍ଜନ ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷା ଡ଼ଃ ସଂଯୁକ୍ତା ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀ ସାହୁ ବିଦ୍ୟାଳୟରେ କିପରି ସ୍ନାତକ ବିଭାଗ ଖୋଲାଯାଇପାରିବ ଉକ୍ତି ରଖିଥ‌ିବା ବେଳେ ମୁଖ୍ୟ ବକ୍ତା ପରିବହନ ଅଧିକାରୀ ଶ୍ରୀ ରାୟ ନାରୀ ଶକ୍ତି କେତେ ଶକ୍ତିଶାଳି ବର୍ତମାନ ରାଷ୍ଟ୍ରପତି ମାନନୀୟା ଦ୍ରୌପଦୀ ମୁର୍ମୁ ଭଳି ବହୁ ମହିୟସୀ ମହିଳାଙ୍କ ଦକ୍ଷତା ଉପରେ ଆଲୋକପାତ କରିଥିଲେ, ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଛାତ୍ରୀଙ୍କ ସୁରକ୍ଷା ଓ ନଗରପାଳ ବିଦ୍ୟାଳୟର ଉନ୍ନତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କ୍ରୀଡ଼ା ଶିକ୍ଷୟିତ୍ରୀ ସୁଶ୍ରୀ ଗୀତାଶ୍ରୀ ସାମନ୍ତ କ୍ରୀଡ଼ା ବିବରଣୀ ପାଠ କରିଥିବା ବେଳେ ଆତିଥୀ ମାନଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଓଡ଼ିଆ ଅଧ୍ୟାପିକା ଗିତାଞ୍ଜଳୀ ଗୁରୁ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଡ଼ି. କୁମାରି ରଶ୍ମିତା ବିନ୍ଧାଣିରା, ଗ୍ରନ୍ଥାଗାର ସହାୟିକା ଡ଼ି. ସଂଗୀତା ବିନ୍ଧାଣିରା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ପରେ କୃତି ପ୍ରତୀଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ ଏବଂ ବିଦ୍ୟାଳୟର ସମସ୍ତ କର୍ମକର୍ତା ମାନଙ୍କୁ ଉପଢୌକନ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବିଜ୍ଞାନ ବିଭାଗର ଶୁଭଶ୍ରୀ ନାୟକ ଓ କଳା ବିଭାଗର ଦିପ୍ତିମୟୀ ବିଷୋୟୀ ଚମ୍ପିୟାନ୍ ଟ୍ରଫି ପାଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ମାନେ ସଂଗୀତ ଓ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। କାଉନସିଲର ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ, ବିଶ୍ୱନାଥ ଦଳାଇ ଓ ପୂର୍ବତନ କାଉନସିଲର କେ. ଜିତେନ୍ଦ୍ର ସୁବୁଦ୍ଧି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଅନୁଷ୍ଠାନର ବରିଷ୍ଠ କିରାଣୀ ପ୍ରମୋଦ କୁମାର ପ୍ରଧାନ, ଶିବବ୍ରତ ପାଣିଗ୍ରାହୀ, ମନୋଜ କୁମାର ପାଢ଼ୀ, ରାଜେନ୍ଦ୍ର ପାତ୍ର, ଅଶୋକ କୁମାର ପାଣିଗ୍ରାହୀ, ଶତୃଘ୍ନ ବିଷୋୟୀ, ମୁରଲୀଧର ପାତ୍ର, ପ୍ରମିଳା ଶିଅ, ରୁବିନା ପରିଡ଼ା, ରତ୍ନାକର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault