ହେଡଲାଇନସ୍:

ଭକ୍ତି ଦିବସ ପାଇଁ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ 'ସ୍ବାଗତ' କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗଦଗୁରୁତ୍ତମ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ବିଶେଷ ବାର୍ତ୍ତା - "କେବଳ ଗୋଟିଏ କର୍ତ୍ତବ୍ୟ , ଗୋଟିଏ କର୍ମ , ଗୋଟିଏ ଭଗବାନଙ୍କ ପ୍ରତି ଭକ୍ତି ଅଭ୍ୟାସ କରିବା। ଏହା ହେଉଛି ସମସ୍ତ ଧର୍ମର , ପ୍ରତ୍ୟେକ ଧର୍ମର ସମସ୍ତ ଅଭ୍ୟାସକାରୀଙ୍କ ମତ"। ଭକ୍ତି ଦିବସ ତଥା ଇଂରାଜୀ ନୂତନ ବର୍ଷ - ୨୦୨୪ ପାଇଁ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ  'ସ୍ଵାଗତ' କାର୍ଯ୍ୟକ୍ରମ ସ୍ଥାନୀୟ ନବ ଜୀବନ ଟ୍ରଷ୍ଟ ଅନାଥ ଆଶ୍ରମ ଅନ୍ତେବାସୀଙ୍କ ଗହଣରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଭଗବାନ ପ୍ରତି ଭକ୍ତି ଅଭ୍ୟାସ କରିବାର ସୋପାନ ଗୁଡ଼ିକୁ ସଂଯୋଜକ ବୁଝାଇବା ସହିତ ଆଲୋଚନା କରି ପ୍ରତି ଦିନ ଏହାକୁ ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସୁଧୀର ଶୁଆରଙ୍କ ତରଫରୁ ଅନ୍ତେବାସୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଛି। ଏଥିରେ ପ୍ରଭାସିନୀ କୁମାରୀ ଲିମା ସହଯୋଗ କରିଥିଲେ।

0
0
0
s2sdefault