ଗାଇସିଲାଟ/ମନ ଡନସନା- କନ୍ଦାଗାଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ।ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ଜିଲ୍ଲାର ଗାଇସିଲେଟ ବ୍ଲକ୍ କନ୍ଦାଗାଡ ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ଅନେକ ହିତାଧିକାରୀ ସାମିଲ ହୋଇ ସଚେତନତା ବାହନକୁ ବିପୁଳ ସ୍ୱାଗତ କରିଥିଲେ । ଏଠାରେ ଆୟୋଜିତ ସଭା ରେ ସରପଞ୍ଚ ଜୟନ୍ତୀ ସାହୁ, ସମିତି ସଭ୍ଯା ସରୋଜିନୀ ପଧାନ ,ନୋଡାଲ ଅଫିସର ପାଣ୍ଡବ ନନ୍ଦ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତ୍ତ ରଞ୍ଜନ ବେହେରା ,ଗ୍ରାମ୍ୟ ରୋଜଗାର ସେବକ ଜିତେସ ପାଣୀଗ୍ରାହି, ,ଏମବିକେ,ଅଙ୍ଗନୱାଡି କର୍ମି,ସିଆରପି ଓ ଏସ୍ ଏଚ୍ ଜି ମା ମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଅଭିଯାନ,ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ, ଉଦ୍ୟୋଗ ସଂଗଠନିକରଣ ଯୋଜନା, ପୋଷଣ ଅଭିଯାନ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଶାନ ଯୋଜନା, ଉଜ୍ଵଲା ଯୋଜନା ଆଦି ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଇଥିଲେ । ଦେବଦତ୍ତ କ୍ଲବ ର ସଂପାଦକ କାହ୍ନୁଚରଣ ମାଝୀ ନାର୍ବାଡ ସହାୟତା ରେ ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟ ଏବଂ ବିକଶିତ ଭାରତ ଗଠନ ରେ ନାର୍ବାଡର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ପଞ୍ଚାୟତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ LED ମାଧ୍ୟମ ରେ ଭିଡିଓ ଦେଖାଇ ସଚେତନତା ସୃଷ୍ଟି କରାଯାଇଥିଲା। ପରେ ଚାଷ ଜମି ରେ ସହଜ ଉପାୟ ରେ କିଭଳି ଭାବରେ ଔଷଧ ସିଞ୍ଚନ କରାଯାଇ ପାରିବ ତାହା ଏକ ଡ୍ରୋନ ଉଡ଼ାଇ ଲୋକମାନଙ୍କୁ ଦେଖାଇଥିଲେ । ହିତାଧିକାରୀ ମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ । ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ।
ରାଜ୍ୟ
କନ୍ଦାଗାଡରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ
- Hits: 275








