ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ଜିଲ୍ଲା ଯେଟୁଗୁଡା ଠାରେ ନବରଙ୍ଗପୁର ଜିଲ୍ଲା ମିଲ ଶ୍ରମିକ ସଂଘ ଗଠିତ ହୋଇଯାଇଛି l ଏହି କମିଟି ଜିଲ୍ଲାର ମିଲ ଡ୍ରାଇଭର, ହେଲପେର, କୁଲି, ଖଲାସୀ ମାନଙ୍କୁ ନେଇ ଗଠିତ ହେଇଛି l ଜିଲ୍ଲାର ସମସ୍ତ ରାଇସ ମିଲ, କାଜୁ ମିଲ ଏବଂ ଚୁଡା ମିଲର ଶ୍ରମିକ. ଡ୍ରାଇଭର କୁଲି, ଖଲାସୀ କର୍ମକର୍ତ୍ତା କୁ ନେଇ ଗଠିତ କରାଯାଇଥିବାବେଳେ ଆଜିର ଏହି ବୈଠକରେ ସର୍ବୋସମ୍ମତିକ୍ରମେ ଶ୍ରୀ ସିରାଜ ଉଦ୍ଦିନ ଅହମଦଙ୍କୁ ସଭାପତି ଭାବେ ଏବଂ ସମ୍ପାଦକ ଭାବେ ବାମଦେବ ଧାକଡ଼ , ସହ ସମ୍ପାଦକ ଭାବେ ଶେଖ ଗଫୁର ଏବଂ ଉପ ସଭାପତି ଭାବେ ପ୍ରଫୁଲ ମହାନ୍ତି. ଏବଂ କୋଷାଧକ୍ଷ ଭାବେ ପାଇଡି ତାଲ୍ଲୀ ଏବଂ କାର୍ଯ୍ୟକରଣୀ ସଭ୍ୟ ଭାବେ ଆଠ ଜଣଙ୍କୁ ଚୟନ କରାଯାଇଛି ଏହି ସଂଘ ଆଗାମୀ ଦିନରେ ସମସ୍ତ ମିଲ ଶ୍ରମିକ ନିମନ୍ତେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି.
ରାଜ୍ୟ
ନବରଙ୍ଗପୁର ଜିଲ୍ଲା ମିଲ ଶ୍ରମିକ ସଂଗଠନ ଗଠିତ
- Hits: 253








