ହେଡଲାଇନସ୍:

୫ମ ସର୍ବଭାରତୀୟ ଓଡ଼ଗାଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୩ : ୟଙ୍ଗ ଉତ୍କଳ, କଟକ ଚମ୍ପିୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୩୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡ଼ିୟମ ଠାରେ ଚାଲିଥିବା ୫ମ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁର ସପ୍ତମ ଦିବସ ଫାଇନାଲ ମ୍ୟାଚରେ ୟୁନାଇଟେଡ ଏଫ୍ ସି, ଗଣ୍ଡରପୁର ଭୁବନେଶ୍ୱରକୁ ୧-୦ ଗୋଲରେ ହରାଇ ୟଙ୍ଗ ଉତ୍କଳ, କଟକ ଚମ୍ପିୟାନ ଆଖ୍ୟା ହାସଲ କରିବା ସହିତ ଟ୍ରଫି ଏବଂ ୩୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ଗ୍ରହଣ କରିଥିଲେ । ଏବଂ ଚମ୍ପିୟାନ ଦଳର ୧୨ ନମ୍ବର ଜର୍ସି ବାପୁନି ବିନ୍ଧାଣି ଜୁରୀ କମିଟି ଦ୍ବାରା ଆଜିର ଶ୍ରେଷ୍ଠ ଖେଳାଳି ଭାବେ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଏହି ଦଳର ୧୭ ନମ୍ବର ଜର୍ସି ତପନ ସିଂ ଏକମାତ୍ର ଗୋଲ୍ ଦେଇ ଦଳକୁ ଚମ୍ପିୟାନର ସ୍ବାଦ ଚଖାଇଥିବାରୁ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସ୍ବତନ୍ତ୍ର ଭାବେ ପୁରସ୍କୃତ କରିଥିଲେ । ଆଜିର ଖେଳ ଅପରାହ୍ନ ୩ ଘଣ୍ଟା ୯ ମିନିଟରେ ଆରମ୍ଭ ହୋଇଥିବା ବେଳେ ୩.୫୬ ମିନିଟରେ ମଧ୍ୟାହ୍ନ ବିରତି ଘୋଷଣା ହୋଇଥିଲା। ପ୍ରାୟତଃ ଖେଳରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଉଥିବା ବେଳେ ଆଜିର ଖେଳ ପଡ଼ିଆ ଓଡ଼ଗାଁରେ ଏହାର ବ୍ୟତିକ୍ରମ ଦେଖାଯାଇଥିଲା ।

ପରମ୍ପରାକୁ ବଦଳାଇ ମୁଖ୍ୟ ଅତିଥି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିବାରୁ ବିଧାୟକଙ୍କ ନିଆରା ନିଷ୍ପତ୍ତିକୁ ପଡିଆରେ ଥିବା ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ବ ଦର୍ଶକ କରତାଳି ଦେଇ ସମ୍ମତି ପ୍ରଦାନଥିଲେ । ଆଜିର ସଂଘର୍ଷ ପୂର୍ଣ୍ଣ ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ କେହି କାହାରିକୁ ଗୋଲଦେଇପାରି ନଥିବା ବେଳେ ଦ୍ବିତୀୟାର୍ଦ୍ଧ ମ୍ୟାଚର ୪.୫୩ ମିନିଟ ସମୟରେ ୟଙ୍ଗ ଉତ୍କଳ କଟକ ପ୍ରତିପକ୍ଷ ଗଣ୍ଡରପୁର-ଭୁବନେଶ୍ୱରକୁ ଗୋଟିଏ ଗୋଲ୍ ଦେଇଥିଲା । ହେଲେ ଖେଳ ଶେଷହେବା ପର୍ଯ୍ୟନ୍ତ ଆପ୍ରାଣ ଉଦ୍ୟମ କରିଥିବା ଗଣ୍ଡରପୁର ଦଳ କୌଣସି ଗୋଲ କରିବାରେ ସକ୍ଷମ ହୋଇପାରିନଥିଲେ । ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇଙ୍କ ଦ୍ବାରା ଗଣ୍ଡରପୁର ଭୁବନେଶ୍ୱରକୁ ରନର୍ସ ଟ୍ରଫି ସହିତ ୨୦ ହଜାର ଅର୍ଥରାଶି ପ୍ରଦାନ କରିଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଦ୍ବାରା ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା ।

ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷ ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ଓଡ଼ଗାଁ ଏନ୍ଏସି ଅଧିକାରୀ ଦୁଃଶାସନ ସ୍ବାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୂର୍ଯ୍ୟନାରାୟଣ ଚୌଧୁରୀ, ବିଭୁ ପ୍ରସାଦ ସାହୁ, ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଦିବାକର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଥିଲେ । ଆଜି ସକାଳେ ହୋଇଥିବା ବନ୍ଧୁତ୍ୱପୂର୍ଣ ମ୍ୟାଚରେ ଭେଟରାନ ଦଳ ଚମ୍ପିୟାନ ଟ୍ରଫି ହାସଲ କରିଥିବା ବେଳେ ପ୍ରତିପକ୍ଷ ଯୁବ ଦଳକୁ ରନରସପରେ ସନ୍ତୁଷ୍ଟ ହୋଇଥିଲା । ଅପରାହ୍ନ ୨ ସମୟରେ ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଆଜିର ଖେଳକୁ ରାଜୁ ମହାନ୍ତି ପରିଚାଳନା କରିଥିବା ବେଳେ ଜଗନ୍ନାଥ ପରିଡା, ଶଶିକାନ୍ତ ଦାସିଆ, ରମେଶ ପାଇକେରା ଲାଇନରେ ସହାୟତା କରିଥିଲେ । ସୁଶାନ୍ତ ପାତ୍ର, ନରେଶ ପାଣିଗ୍ରାହୀ, ସାର୍ଥକ ଷଡ଼ଙ୍ଗୀ ଧାରାବିବରଣି ପ୍ରଦାନ କରିଥିଲେ ।

0
0
0
s2sdefault