ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ଯୋଗଦେଇ ସାମଗ୍ରିକ ବିକାଶ ନିମନ୍ତେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଭୂମିକା ବିଷୟରେ ଅବଗତ କରାଇଥିଲେ । ସ୍ଵତନ୍ତ୍ର ଅତିଥି ଭବେ ନବରଙ୍ଗପୁର ର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ଜୀବନ ଦର୍ଶନ ଓ ନାରୀ ର ସ୍ୱାବଲମ୍ବୀ ବିଷୟରେ ସୁଚାଇଥିଲେ । ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାର ନୂଆ ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସଂଯୋଜିକା ଶ୍ରୀମତୀ ମଞ୍ଜୁଳା ମାଝୀ ଯୋଗଦେଇ ନାରୀମାନଙ୍କ ବିକାଶ କ୍ଷେତ୍ରରେ ସରକାରଙ୍କ କିଭଳି ପ୍ରଚେଷ୍ଟା ରହିଛି ସେ ବିଷୟରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଯୋଗଦେଇ ନାରୀ ସଶକ୍ତିକରଣ ର ଗୁରୁତ୍ଵ ସମ୍ପର୍କରେ ରେ ବକ୍ତବ୍ଯ ରଖିଥିଲେ।
ଶିକ୍ଷା ବିଭାଗର ଅଧ୍ୟାପିକା ଡଃ ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅୟୋଜିତ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସେବା ଭିତ୍ତିକ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା l କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଶ୍ରୀ ବିନୋଦ ବିହାରୀ ପ୍ରଧାନ , ଶ୍ରୀମତୀ ରଞ୍ଜୁସା କୁମାରୀ ପ୍ରହରାଜ , ଶ୍ରୀ ନୃପେନ୍ଦ୍ର ନାଥ ଖୋସଲା , ଶ୍ରୀମତୀ ତାଇରା ବେଗମ , ଶ୍ରୀ ତ୍ରିପତି ମାଳି , ଶ୍ରୀମତୀ ସୁନିତା ପାତ୍ର , ଶ୍ରୀ ଲକ୍ଷ୍ମୀକାନ୍ତ ସୌରା,ଶ୍ରୀ ପଞ୍ଚାନନ ଦାଶ , ଶ୍ରୀ ସିଦ୍ଧାର୍ଥ ବେହେରା , ଶ୍ରୀ ଅକ୍ଷୟ ନାୟକ , ଶ୍ରୀ ପଙ୍କଜ ଗରଡ଼ା , ଶ୍ରୀ ଭୁବନ ହରିଜନଙ୍କ ସମେତ ବହୁ ସଂଖ୍ୟକ ଛାତ୍ରୀ ଯୋଗ ଦେଇଥିଲେ ।ଚଳିତ ମାସ ପନ୍ଦର ତାରିଖ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଖୁବ୍ ସୁନ୍ଦର ଭାବରେ ସମ୍ପାଦିତ ହୋଇଥିଲା l ଏଥିପାଇଁ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ଙ୍କ ଠାରୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି l








