ହେଡଲାଇନସ୍:

ଜମନକିରା ଆୟୁଷ ଡାକ୍ତରଙ୍କ ବିରୁଦ୍ଧରେ ଭାଜପା ପକ୍ଷରୁ ସିଡିଏମଓଙ୍କ ଠାରେ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା,୩୦/୨୩:(ଲିପନ ନାଏକ ) ଜମନକିରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀମାନଙ୍କୁ ଆୟୁଷ ଡା: ଦିବ୍ୟରଞ୍ଜନ ବେହେରା ନିରାମୟ ଔଷଧ ନ ଦେଇ ବାହାର ଦୋକାନରୁ ଔଷଧ କିନି ଆଣିବାକୁ କହୁଥିବା ନେଇ ସିଡିଏମଓଙ୍କ ନିକଟରେ ଗତକାଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ ଜମନକିରା ଡାକ୍ତରଖାନାରେ ଆୟୁଷ ଡାକ୍ତର ଭାବେ ଦିବ୍ୟରଞ୍ଜନ ବେହେରା ଗତ ୯ବର୍ଷରୁ ଅଧିକ ଦିନ ହେଲା କାର୍ଯ୍ୟ କରି ଆସୁଛନ୍ତି l ରୋଗୀମାନଙ୍କୁ କେବଳ ହୋମିଓପାଥି ମେଡିସିନ ଏବଂ ସାଧାରଣ କିଛି ନିର୍ଦ୍ଧାରିତ ଔଷଧ ଲେଖିବା ପାଇଁ ନିୟମ ରହିଛି। ମାତ୍ର ଉକ୍ତ ଡାକ୍ତର ଦୋକାନରୁ ଔଷଧ କିଣିବାକୁ ଲେଖୁଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଯାହା ଫଳରେ ଗରିବ ରୋଗୀମାନେ ଅସୁବିଧାର ସମ୍ବୁଖିନ ହେଉଛନ୍ତି l ଏହାକୁ ନେଇ ବିଜେପି ଜିଲ୍ଲାମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝିଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟି ଅଭିଯୋଗ କରିଛନ୍ତି l ଏଥିସହ ଆୟୁଷ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟକ୍ୱାନୁଷ୍ଠାନ ଓ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ଯୁବମୋର୍ଚ୍ଚାର ଦିନେଶ ପଧାନ, ପପୁନ ମୁଦୁଲି, ପ୍ରାଣବନ୍ଧୁ ନାଏକ ପ୍ରମୁଖ ପ୍ରତ୍ୟକ୍ଷ ଭାବରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଏସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା: ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରି ପଚାରିବାରୁ ତଦନ୍ତ ହେଲାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

0
0
0
s2sdefault