ହେଡଲାଇନସ୍:

ଡାକ୍ତର ଓ ଷ୍ଟାଫନର୍ସଙ୍କ ନାଁରେ ଥାନାରେ ଏତଲା ଘଟଣା: ଜମନକିରା ଆୟୁଷ ଡାକ୍ତର ଓ ଯୁବତୀଙ୍କ ବିରୋଧରେ ପାଲଟା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା,୩୦/୨୩:(ଲିପନ ନାଏକ ) ଡାକ୍ତର ଓ ଷ୍ଟାଫନର୍ସଙ୍କ ନାଁରେ ଥାନାରେ ଏତଲା ଦେବା ଘଟଣାରେ ଗତକାଲି କାର୍ଯ୍ୟରତ ଷ୍ଟାଫନର୍ସ ସ୍ଥାନୀୟ ଆୟୁଷ ଡାକ୍ତର ଦିବ୍ୟରଞ୍ଜନ ବେହେରା ଓ ଶ୍ରୀ ବେହେରାଙ୍କ କ୍ଲିନିକରେ କାର୍ଯ୍ୟରତ ସଂପୃକ୍ତ ମହିଳାଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।
ପୋଲିସର ସୂଚନା ଅନୁଯାଇ, ଗତ ୨୭ ତାରିଖ ଦିନ ପ୍ରାୟ ସାଢେ ୧୨ ଟା ସମୟରେ ଜଣେ ସ୍ତ୍ରୀ ଲୋକ ଡାକ୍ତରଖାନା କୁ ଆସି ଡ୍ୟୁଟିରେ ଥିବା ଡାକ୍ତର ସିଦ୍ଧାର୍ଥ ବେହେରାଙ୍କୁ ସ୍ତ୍ରୀ ରୋଗ ସମସ୍ୟା ବିଷୟରେ କହିଥିଲେ। ପରେ ଡା. ସିଦ୍ଧାର୍ଥ ବେହେରା ତାଙ୍କୁ ଡାକିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଉକ୍ତ ସ୍ତ୍ରୀ ଲୋକଙ୍କ ନାଁ, ଠିକଣା ପରିଚୟ ଆଦି ପଞ୍ଜିକରଣ କରୁଥିବା ବେଳେ ଆୟୁଷ ଡାକ୍ତର ଦିବ୍ୟରଞ୍ଜନ ବେହେରାଙ୍କ ଔଷଧ ଦୋକାନରେ ସହାୟିକା ଭାବେ କାମ କରୁଥିବା ଯୁବତୀ ରୋଗୀଙ୍କୁ ତାଙ୍କ ଔଷଧ ଦୋକାନକୁ ନେଇ ଯାଇଥିଲେ। ଡାକ୍ତରଖାନା ବାହାରକୁ ଆସି ଦେଖିବାରୁ ସ୍ତ୍ରୀ ଲୋକଟି ଆୟୁଷ ଡାକ୍ତର ଓ ଯୁବତୀଙ୍କ ସହିତ କଥାବାର୍ତା ହେଉଥିଲେ। ସେଠାକୁ ଯାଇ ଦେଖିବା ବେଳେ ଉକ୍ତ ସ୍ତ୍ରୀ ଲୋକଟି ଚାଲି ଯାଇଥିଲେ। ଉକ୍ତ ସ୍ତ୍ରୀ ଲୋକଙ୍କ ନାଁ ପଚାରିବାକୁ ଆୟୁଷ ଡାକ୍ତରଙ୍କ ଔଷଧ ଦୋକାନକୁ ଷ୍ଟାଫ ନର୍ସ ଯାଇଥିବା ବେଳେ କ୍ଲିନିକରେ ସଂପୃକ୍ତ ଯୁବତୀ ଜଣକ କ୍ଲିନିକ୍ କୁ କାହିଁକି ଆସିଛୁ ବୋଲି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଆୟୁଷ ଡାକ୍ତର ଦିବ୍ୟରଞ୍ଜନ୍ ବେହେରା ଅନୁରୂପ ଭାବେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆମ ଔଷଧ ଦୋକାନ କୁ କଣ ପାଇଁ ଆସିଛୁ ବୋଲି ହାତ ଉଠେଇ ଥିଲେ। ଏଥିସହ ଆଉଥରେ ଔଷଧ ଦୋକାନକୁ ଆସିଲେ ତାକୁ ଜୀବନରେ ମାରିଦେବୁ କହି ଧମକ ଦେଇଥିବା ନେଇ ନର୍ସ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ସେହିଁ ସମୟରେ ଡା: ସିଦ୍ଧାର୍ଥ ବେହେରା ଆସି ତାଙ୍କୁ ପାଟିତୁଣ୍ଡ ନ କରିବାକୁ କହିବାରୁ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଜମନକିରା ଥାନା କେସ ନ. ୧୭୭/୨୩ ଆଇସିପି ଧାରା ୨୯୪/୫୦୬/୩୪/୩୫୩ରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ପଦ୍ମାଳୟା ସାହୁ ସୂଚନା ଦେଇଛନ୍ତି।
ଏସଂକ୍ରାନ୍ତରେ ଆୟୁଷ ଡାକ୍ତର ଦିବ୍ୟରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଛୁଟିରେ ଅଛନ୍ତି ଏବିଷୟରେ କିଛି ଜାଣି ନଥିବା କଥା କହିଥିଲେ।

0
0
0
s2sdefault