ହେଡଲାଇନସ୍:

ନୟାଗଡ଼ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା : ସାମାଜିକ ରୀତିନୀତି, ବ୍ୟବସ୍ଥା ଓ ବିଚାରବୋଧ ବାଞ୍ଝ ନାଟକର ସ୍ୱର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ବାଞ୍ଝ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ "ବାଞ୍ଝ"। ମାତୃତ୍ଵ କେବଳ ଏକ ପରିପୂର୍ଣ୍ଣ ଜୀବନର ପରିଚୟ ନା ସାମାଜିକ ସ୍ଵିକୃତି। ଏକ ସମର୍ପଣ ନା ସହାନୁଭୂତି। ଜୀବନର ଗତିଶୀଳତା ମଧ୍ୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟ ରେ ପରିପୂର୍ଣ୍ଣା ନାରୀ। ଜୀବନ ରାସ୍ତାରେ ଝୁଣ୍ଟି ପଡୁଥିଲେ ମଧ୍ୟ ପୁଣି ଚାଲିବାର ସାମର୍ଥ୍ୟ,ସାହସ,ସଂକଳ୍ପ କେବଳ ନାରୀ ପାଖରେ ହିଁ ଥାଏ - ଅଜୟ ମହାପାତ୍ରଙ୍କ ଏମିତି ଏକ ସୁନ୍ଦର କାହାଣୀକୁ ନାଟ୍ୟରୂପ ଦେଇଛନ୍ତି ନାଟ୍ୟକାର କୈଳାଶ ଓଝା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଯାମିନୀ କାନ୍ତ ମିଶ୍ର।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ନୟାଗଡ ପୋୖର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ନାଟକର ବିଭିନ୍ନ ଦିଗଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦୂରଦର୍ଶନ ଓ ମଂଚ ଅଭିନେତା ବିନାୟକ ମିଶ୍ର, ବରିଷ୍ଠ ସଂଗୀତଜ୍ଞ ପୂର୍ଣ୍ଣଚନ୍ଦ୍ର ଶତପଥୀ, ଖ୍ୟାତନାମା ମଞ୍ଚ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ ଙ୍କୁ ନାଟକ ସମ୍ମାନ ପ୍ରଦାନ କରାଯାଇଥିଲା। । କାର୍ଯ୍ୟକ୍ରମର ସଂଚାଳନ କରିଥିଲେ କବି ଗୋପୀନାଥ ସେଠୀ। ସିରିୟସ ଜୋନ ର ସଭାପତି କିଷାନ କୁମାର ଦାସ ସମସଙ୍କୁ ସ୍ୱାଗତ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ସଂପାଦକ ଯାମିନୀ କାନ୍ତ ମିଶ୍ର।

0
0
0
s2sdefault