ହେଡଲାଇନସ୍:

ପୁଷ୍ଟିଶସ୍ୟର ପ୍ରଚାରରେ ଅଗ୍ରଣୀ ଓଡ଼ିଶା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପାରମ୍ପରିକ ଶସ୍ୟ ଭାବରେ ମିଲେଟ୍ସ ଆଫି୍ରକା ତଥା ଦକ୍ଷିଣ ଏସିଆ ଭଳି ବିଶ୍ୱର ବିଭିନ୍ନ ସ୍ଥାନରେ ଏକ ପ୍ରମୁଖ ଖାଦ୍ୟ ଭାବରେ ଆଦ୍ରୁତ ହୋଇଆସିଛି । ଭାରତରେ, ବିଶେଷକରି, ଓଡ଼ିଶାରେ ଏହାର ପୁଷ୍ଟିକର ସମ୍ଭାବନାକୁ ଅଧିକ ଦୃଢ଼ କରିବା ନିମନ୍ତେ ଏକ ମିଳିତ ପ୍ରୟାସ ଆରମ୍ଭ କରାଯାଇଛି । ସେଥିଲାଗି ଏଥିରେ ଥିବା ସ୍ୱାସ୍ଥ୍ୟକର ଗୁଣଗୁଡ଼ିକ ସମ୍ବନ୍ଧରେ ବିଶେଷଭାବରେ ପ୍ରଚାର ପ୍ରସାର କରାଯାଇଛି । ଯଦି ଦେଖାଯାଏ, ପ୍ରାଚୀନ କାଳରୁ ଏ ଯାବତ ମିଲେଟ୍ସ ବା ପୁଷ୍ଟିଶସ୍ୟ ଉଭୟ ମଣିଷ ଏବଂ ପଶୁଙ୍କ ନିମନ୍ତେ ପୁଷ୍ଟିକର ଖାଦ୍ୟର ଉତ୍ସ ଭାବରେ ନିଜକୁ ପତିପାଦିତ କରି ଆସିଛି ।
ଆକାରରେ ଭିନ୍ନଭିନ୍ନ ହୋଇଥିଲେ ମଧ୍ୟ ଲୋକମାନେ ମିଲେଟ୍ସକୁ ଅନ୍ୟ ଦୁଇଗୋଟି ମୁଖ୍ୟ ଶସ୍ୟ ଚାଉଳ ତଥା ଗହମ ସହିତ ତୁଳନା କରିଥାଆନ୍ତି । ଚାଉଳ ଏବଂ ଗହମ ତୁଳନାରେ ଏଥିରେ ଥିବା ପୁଷ୍ଟିକର ଗୁଣଗୁଡ଼ିକୁ ପ୍ରାୟତଃ ଅଣଦେଖା କରିଯାଆନ୍ତି । ମାତ୍ର ମିଲେଟ୍ସ ପ୍ରଚୁର ପୁଷ୍ଟିତତ୍ତ୍ୱରେ ଭରପୂର । ଏଥିରେ ପ୍ରଚୁର ପରିମାଣରେ ପୋଷକ, ଅତି ଜରୁରୀ ଫ୍ୟାଟି ଏସିଡ୍, ଡାଏଟାରୀ ଫାଇବର, ଭିଟାମିନ୍-ବି ଥିବାବେଳେ ଏହା କ୍ୟାଲସିଅମ, ଆଇରନ, ଜିଙ୍କ୍, ପୋଟାସିଅମ ଓ ମ୍ୟାଗ୍ନେସିୟମ ଭଳି ମହତ୍ୱପୂର୍ଣ୍ଣ ମିନେରାଲ୍ସର ଗନ୍ତାଘର ।
“ମିଲେଟ୍ସ ଆପଣଙ୍କ ଶରୀର ପାଇଁ ଏକ ସୁପରହିରୋ!” ଏକଥା କହିଛନ୍ତି ଜଣେ ଜଣାଶୁଣା ପୁଷ୍ଟିତତ୍ତ୍ୱବିତ୍ । “ଏଥିରେ ସୁସ୍ଥ ଚର୍ମ ତଥା ଅନ୍ୟାନ୍ୟ ଅଙ୍ଗ ପାଇଁ ଅତ୍ୟାବଶ୍ୟକ ନାଇସିନ୍ ରହିଛି । ବିଶେଷକରି, ଯେଉଁମାନେ କୃଷ୍ଣକାୟ ସେମାନଙ୍କ ପାଇଁ ଏହା ଖୁବ୍ ଉପଯୋଗୀ । ଏଥିରେ ଆଉ ଏକ ଉପକାରୀ ତତ୍ତ୍ୱ ରହିଛି, ବିଟା-କ୍ୟାରୋଟିନ୍; ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ପ୍ରତିକୂଳ ପରିସ୍ଥିତିରୁ ଆପଣଙ୍କୁ ସୁରକ୍ଷା ଦେଇଥାଏ ।” ଏଥିସହିତ, ମିଲେଟ୍ସରେ ରହିଛି ଟେନିନ୍, ଫାଇଟେଟ୍ ଏବଂ ଫେନୋଲ୍ ଭଳି ଗୁଣ; ଯାହା ଶରୀରକୁ ସୁରକ୍ଷା ଦେବା ସହିତ ଅକାଳ ବାର୍ଦ୍ଧକ୍ୟଜନିତ ବ୍ୟାଧିରୁ ମୁ୍କ୍ତି ଦେଇଥାଏ । ମିଲେଟ୍ସରେ ପ୍ରଚୁର ପରିମାଣର ଫାଇବର ଥିବାରୁ ଏହା ପାଚନକି୍ରୟାକୁ ତ୍ୱରାନ୍ୱିତ କରେ । ଫଳରେ ଖାଦ୍ୟ ହଜମି ହେବାରେ ଅସୁବିଧା ହୁଏନାହିଁ । ପୁଣି ଏହା କଲୋନ୍ କ୍ୟାନସର ଭଳି ରୋଗର ଆଶଙ୍କାକୁ ହ୍ରାସ କରିଥାଏ । ମିଲେଟ୍ସରେ ଦ୍ରବଣୀୟ ଫାଇବର ରହିଥିବାରୁ ଏହା କୋଲେଷ୍ଟ୍ରଲ ହ୍ରାସ କରିଥାଏ ଏବଂ ହୃଦରୋଗ ଆଶଙ୍କାରୁ ଦୂରେଇ ରଖେ । ଏଥିରେ ଥିବା ମ୍ୟାଗ୍ନେସିଅମ୍ ଆପଣଙ୍କ ହାର୍ଟକୁ ଶକ୍ତିଶାଳୀ ରଖିଥାଏ ।
ଉଲ୍ଲେଖଯୋଗ୍ୟ, ମାଣ୍ଡିଆରେ ଭରପୂର ହୋଇ ରହିଛି ଭିଟାମିନ୍-ବି । ବିଶେଷକରି, ଏଥିରେ ଥିବା ଭିଟାମିନ୍- ବି୯ ବା ଫୋଲେଟ୍ ମସ୍ତିଷ୍କ ପାଇଁ ଅତି ଦରକାରୀ । ଏହା ସୁସ୍ଥ କୋଷିକା ବିଭାଜନଠାରୁ ଆରମ୍ଭ କରି ମସ୍ତିଷ୍କର କାର୍ଯ୍ୟକଳାପ ବୃଦ୍ଧି କରିବାରେ ସହାୟକ ହୋଇଥାଏ । କେବଳ ସେତିକିନୁହେଁ, ଏହା ହଜମ ପ୍ରକି୍ରୟାକୁ ସୁଦୃଢ଼ କରିବା ସହିତ ହୃତପିଣ୍ଡକୁ ସୁସ୍ଥ ରଖିବା, ଅକାଳ ବାର୍ଦ୍ଧକ୍ୟ ଜନିତ ସମସ୍ୟା ହ୍ରାସ କରିବା ଭଳି ବହୁମୁଖୀ କାର୍ଯ୍ୟ ସାଧନ କରିଥାଏ ।
ମିଲେଟ୍ସରେ ଥିବା ଏହି ଗୁଣଗୁଡ଼ିକୁ ଓଡ଼ିଶା ମିଲେଟ୍ସ ମିଶନ ଲୋକଲୋଚନକୁ ଆଣିବା ସହିତ କିପରି ଅଧିକରୁ ଅଧିକ ଲୋକ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ୍ କରି ଏକ ସୁସ୍ଥ ଜୀବନଶୈଳୀର ଅଧିକାରୀ ହୋଇ ପାରିବେ ସେ ନେଇ ସଚେତନତା ମୂଳକ ଉଦ୍ୟମ ଜାରି ରଖିଛି । ଓଡ଼ିଶା ମିଲେଟ୍ସ ମିଶନ୍ର ଏହି ନିରନ୍ତର ଉଦ୍ୟମ ରାଜ୍ୟର ସ୍ୱାସ୍ଥ୍ୟ ସୂଚକାଙ୍କରେ ଆଣିଛି ଉଲ୍ଲେଖନୀୟ ଉନ୍ନତି । ଏଥିସହିତ, ସ୍ଥାନୀୟ କୃଷକମାନେ ମିଲେଟ୍ସ ଚାଷ ସମ୍ପର୍କୀତ ବିଭିନ୍ନ ଯୋଜନାର ଲାଭ ଉଠାଇ ଭଲ ଅମଳ କରିବାରେ ସମର୍ଥ ହେବା ସହିତ ନିଜର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିପାରିଛନ୍ତି ।

0
0
0
s2sdefault