ହେଡଲାଇନସ୍:

ଖାଦ୍ୟ ନିରାପତ୍ତା ଉପରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସକ :  ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ଉପରେ ଏକ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି (DLAC) ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସି ଡି ଏମ ଓ ଡ ସୁଚେତା ପାଣି , ସି ଏସ ଓ ପବିତ୍ର ସାହୁ, ଡି ଆଇ ପି ଆର୍ ଓ ମନୋଜ ବେହେରା,ଡି ଏସ ଡବ୍ଲୁ ଓ ମମତା ଦାଶ, ସି ଡି ଏ ଓ ବିଶ୍ୱେଶର ସାହୁ,ଏଫ୍ ଏସ ଓ ଭାରତ ଭୁଷଣ ସ୍ୱାଇଁ, ଏଫ୍ ଏସ ଓ,ଧର୍ମଗଡ ବିଶ୍ୱଜିତ ନାୟକ, ଭାଗିରଥି ହୋଟେଲ ମାଲିକ ପ୍ରମୋଦ ଖମାରୀ, ବଣିକ ସଂଘ ସଭାପତି ବିଜୟ ସାହୁ,ବିରଞ୍ଚି ପଣ୍ଡା , ଡ ଅନୁଜ କୁମାର ପାଢ଼ୀ, ଡ ପି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୈଠକ ଚଳିତ ବର୍ଷ ଦ୍ୱିତୀୟ ବୈଠକ ଥିଲା | ସି ଡି ଏମ ଓ ବୈଠକ ଉଦ୍ଦେଶ୍ୟ ସହିତ ଜିଲ୍ଲାରେ ଖାଦ୍ୟ ନିରାପତ୍ତା କାର୍ଯ୍ୟକଳାପର ଉନ୍ନତି ପାଇଁ ସଦସ୍ୟମାନଙ୍କ ମତାମତ ଆହ୍ଵାନ କରିଥିଲେ|

ନିଯୁକ୍ତ ଅଧିକାରୀ, ଖାଦ୍ୟ ନିରାପତ୍ତା ଶ୍ରୀ ସନ୍ତୋଷ କୁମାର ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକଳାପ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ଆଗାମୀ ଦିନରେ ହେବାକୁ ଥିବା ମାଇକ୍ରୋ ଯୋଜନା ଉପରେ କହିଥିଲେ।
ଏହାର ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ପାଇଁ ଖାଦ୍ୟ ର ମାନ ଯାଞ୍ଚ,ନିମ୍ନ ମାନର କୁତ୍ରିମ୍ ରଙ୍ଗର ବ୍ୟବହାର,ଅଚାନକ ହୋଟେଲ ଏବଂ ରାସ୍ତା କଢ଼ ଉଠା ଜଳଖିଆ ଦୋକାନୀଙ୍କ ପ୍ରସ୍ତୁତ ଖାଦ୍ୟର ଯାଞ୍ଚ,ଦୋଷୀ ଙ୍କୁ ଦଣ୍ଡ ଏବଂ ଫାଇନ,ବିଭିନ୍ନ ସ୍ଥାନରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହିତ ଏହି ସଭା ଶେଷ ହୋଇଥିଲା।

0
0
0
s2sdefault