ଭୁବନେଶ୍ୱର : ଓଡିଶା କ୍ୟାଡରର ଜଣେ ଦକ୍ଷ ଆଇପିଏସ ଅଫିସର ଭାବେ ଜଣାଶୁଣା ୧୯୯୦ ବ୍ୟାଚ୍ ର ଓଡ଼ିଆ ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଭାରପ୍ରାପ୍ତ ପୁଲିସ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନର ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଡିସେମ୍ବର ୩୧ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିବେ । ଏଥିନେଇ ପୂର୍ବରୁ ବି ସରକାର ବିଜ୍ଞପ୍ତି ପ୍ରକାଶ କରି ସାରିଥିଲେ | ତେଣୁ ବଂଶଲଙ୍କ ଅବସର ପରେ ଶ୍ରୀ ଷଢଙ୍ଗି ନୂଆବର୍ଷରୁ ଦାୟିତ୍ୱବାହୀ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଯାହା ଆଶା କରାଯାଉଛି ତାଙ୍କ ଭଳି ଜଣେ ଦକ୍ଷ ଓ ଭରସାଯୋଗ୍ୟ ଅଧିକାରୀଙ୍କୁ ହିଁ ରାଜ୍ୟ ସରକାର ପୋଲିସ ମହା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବାକୁ ମନସ୍ଥ କରିଛନ୍ତି | ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଶ୍ରୀ ଷଢଙ୍ଗି ଜଣେ ଦକ୍ଷ, ପାରିବାର ଓ ସଚ୍ଚୋଟ ଅଫିସର ଭାବେ ଶ୍ରୀ ଷଢଙ୍ଗିଙ୍କର ଯଥେଷ୍ଟ ନାଁ ଅଛି । ରାଜ୍ୟ ସରକାର ୟୁପିଏସ୍ସିକୁ ପଠାଇଥିବା ତାଲିକାରେ ଅରୁଣ ଷଡ଼ଙ୍ଗୀଙ୍କ ନାଁ ଥିବା ବେଳେ ଏଯାବତ ତିନିଜଣିଆ ନାମ ତାଲିକା ସେଠାରୁ ଆସି ପାରିନଥିବା ଯୋଗୁ ରାଜ୍ୟ ସରକାର ଏପରି କାମଚଳା ନିଷ୍ପତ୍ତି ନେଇଛନ୍ତି |








