ହେଡଲାଇନସ୍:

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
ବରଗଡ଼ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସ୍ଵନାମଧନ୍ୟ ଶିକ୍ଷାନୁଷ୍ଠାନ ଭିତରେ ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟ ର ନାମ ଅନ୍ୟତମ । ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶନିବାର ସମାପିତ ହୋଇଯାଇଛି ।
ମୂଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ପାଇକମାଳ ବ୍ଲକ୍  ଅଧ୍ୟକ୍ଷା ଭାବନା ସିଂ, ବ୍ଲକ୍  ଉପାଧ୍ୟକ୍ଷ ସଞ୍ଜୀବ ବରିହା, ବିଡିଓ ପ୍ରଫୁଲ କୁମାର ଅଦୁ, ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବିଜୟ କୁମାର ସ୍ବାଇଁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ଯୋଗ ଦେଇଥିଲେ । ଅଧ୍ୟାପକ ପ୍ରଭାତ କୁମାର ବିଶ୍ବାଳ ଅତିଥି ପରିଚୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀମାନେ ପାରମ୍ଭିକ ସଙ୍ଗିତ ଗାନ କରିଥିଲେ ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କୁ ଦ୍ବାରା ପୁରସ୍କୃତ କରିଥିଲେ । ସମୁଦାୟ ୮୪ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିବା ବେଳେ ୨୫୨ ଗୋଟି ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଏହି ପୁରସ୍କାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଧ୍ୟାପକ ରୋଶନ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
0
0
0
s2sdefault