ହେଡଲାଇନସ୍:

ବିଜେଡିରେ ମିଶିଲେ ପୂର୍ବତନ ପୋଲିସ ଏଏସପି ନୃପ ଦଣ୍ଡସେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡ଼ିରେ ହେଲେ ସାମିଲ

ଭୁବନେଶ୍ୱର, ୩୦ /୧୨/୨୦୨୩: ସୁନ୍ଦରଗଡ଼ ଜିଲ୍ଲାର ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ନୃପଚରଣ ଦଣ୍ଡସେନା ଆଜି ଶଙ୍ଖଭବନ ଠାରେ ବରିଷ୍ଠ ବିଜେଡ଼ି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶ୍ରୀ ଦଣ୍ଡସେନାଙ୍କୁ ଉପଢୌକନ ଦେଇ ଶ୍ରୀ ମିଶ୍ର ଓ ଶ୍ରୀ ମଙ୍ଗରାଜ ଦଳକୁ ଳକୁ ସ୍ଵାଗତ କରିଥିଲେ। ନୃପଚରଣ ଦଣ୍ଡସେନାଙ୍କ ଯୋଗଦାନ ଫଳରେ ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମିଶ୍ର ଓ ଶ୍ରୀ ମଙ୍ଗରାଜ କହିଥିଲେ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ନୃପଚରଣ ଦଣ୍ଡସେନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡ଼ିରେ ମିଶିବା ପାଇଁ ନିଷ୍ପତ୍ତି ନେଇଥିଲି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ସହ ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ସୂଚାରୁରୂପେ ତୁଲାଇବି | ମୋତେ ଦଳ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ମିଶ୍ରଣ ପର୍ବରେ ଖଡ଼ିଆ ସମାଜର ଜିଲ୍ଲା ଉପସଭାପତି ଉଗ୍ରସେନ ପ୍ରଧାନ, ଖଡ଼ିଆ ସମାଜର ରାଜ୍ୟ ଉପସଭାପତି ବିଶେଶ୍ଵର ଦଣ୍ଡସେନା, ଅବସରପ୍ରାପ୍ତ କୃଷି ଅଅଧିକାରୀ ଦୁର୍ଜନ କୁମାର ବାଗ, ଅବସରପ୍ରାପ୍ତ କୋଲ ଇଣ୍ଡିଆ ଅଫିସର ତୁଲାରାମ ନାୟକ, ସମିତି ସଭ୍ୟ ଶ୍ରୀମତୀ ସିଆପତି ମୁଣ୍ଡ, ସରପଞ୍ଚ ଶ୍ରୀମତୀ ଶକୁନ୍ତଳା ବାଗ, ପୂର୍ବତନ ସରପଞ୍ଚ ଶ୍ରୀମତୀ ଝରଣା ଦଣ୍ଡସେନା, ନାଏବ ସରପଞ୍ଚ ପରମେଶ୍ୱର ଗଣ୍ଡ, ପୂର୍ବତନ ବଡ଼ଗାଁ ବ୍ଲକ ଚେୟାରମ୍ୟାନ ସାରଥି ପାଣ୍ଡେ, ପୂର୍ବତନ ସମିତି ସଭ୍ୟ ସୁନ୍ଦରମଣି ସିଂହ, ପୂର୍ବତନ ସରପଞ୍ଚ ଦୁଷ୍ମନ୍ତ ନାୟକ, ହେମନ୍ତ ମାଝୀ, ୱାର୍ଡ଼ ମେମ୍ବର ଭିକ୍ଟୋରିଆ କୁଲୁ, ପ୍ରତିମା ବିଲୁମ, ସମାଜସେବୀ ସସ୍ମିତା ମଲ୍ଲିକ, ବିନୋଦ ଦଣ୍ଡସେନା, ଦୀପକ ପ୍ରଧାନ, ରମାନନ୍ଦ ମଲ୍ଲିକ, ମନୋଜ ପୃସେଟ, ଅମୂଲ୍ୟ ବେହେରା ପ୍ରମୁଖ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ତୁମ୍ଭନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault