ହେଡଲାଇନସ୍:

ବାଲୁଗାଁର ଏକ ଘରୋଇ ହସପିଟାଲରେ ଉତ୍ତେଜନା, ଡାକ୍ତରଙ୍କ ଅବହେଳା ଅଭିଯୋଗ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ( ସେକ କୌସର ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଯାହାଫଳରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।ସୂଚନା ମୁତାବକ, ବାଲୁଗାଁ ଅଞ୍ଚଳର ଜଣେ ମହିଳା ପ୍ରସୂତି ପାଇଁ ବାଣପୁର ମେଡିକାଲ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ଅପରାହ୍ନରେ ମହିଳାଙ୍କ ପ୍ରସବଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ବାଣପୁର ମେଡିକାଲ ନେଇଥିଲେ।ତେବେ ମହିଳାଙ୍କ ଅସ୍ତ୍ରୋପଚାର ଜରୁରୀ ହୋଇପଡିବାରୁ ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲକୁ ଅସ୍ତ୍ରୋପଚାର ପାଇଁ ଉକ୍ତ ମହିଳାଙ୍କୁ ପଠାଇଥିଲେ ଜନୈକ ଡାକ୍ତର। ତେବେ ଡାକ୍ତର ସେଠାରେ ବିଳମ୍ବରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁହୋଇସାରିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଉକ୍ତ ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେଠାରେ ଉପସ୍ଥିତଥିଲା। ତେବେ ଆଜି ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବାପରେ ଶବ ଜବତ କରଯାଇ ତଦନ୍ତ କରାଯିବ ବୋଲି ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

0
0
0
s2sdefault