ପଦ୍ମପୁର: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ନୂଆ ,ଯୁବ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲଳିତମୋହନ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ୱାଇଁ ଅତିଥି ମାନଙ୍କୁ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ। ସଭା ପ୍ରାରମ୍ଭରେ ଅତିଥିବୃନ୍ଦ ଦ୍ଵିପ ପ୍ରଜ୍ବଳନ ପରେ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପଣ୍ଡା ସ୍ୱାଗତ ସହ କାର୍ଯକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏହା ପରେ ନୂଆ-ଓ କାର୍ଯକ୍ରମ ର ନୋଡାଲ୍ ଅଫିସର ଶ୍ରୀ ନବକୃଷ୍ଣ ମିଶ୍ର ନଭେମ୍ବର ୨୧ ତାରିଖରୁ ଚାଲିଆସୁଥିବା ନୂଆ-ଓ କାର୍ଯକ୍ରମର ସାଂସ୍କୃତିକ, ସାମାଜିକ ଓ କ୍ରୀଡା କାର୍ଯ୍ୟକ୍ରମ ଗୁଡ଼ିକର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ଏହା ପରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ନିଜର ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ସମସ୍ତ କାର୍ଯକ୍ରମ ଗୁଡିକରେ ସକ୍ରିୟ ଅଂଶଗ୍ରହଣ କରିବାପାଇଁ ଉତ୍ସାହିତ କରିଥିଲେ।
ଏହା ପରେ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ନିଜ ଅଭିଭାଷଣରେ ବିଭିନ୍ନ କାର୍ଯକ୍ରମ ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ମହାବିଦ୍ୟାଳୟର ବିକାଶ ପଥରେ ସହଯୋଗ କରିବା ପାଇଁ ଉତ୍ସାହିତ କରିଥିଲେ। ଏହା ପରେ ପୁରସ୍କାର ବିତରଣ କାର୍ଯକ୍ରମ ଆରମ୍ଭ ହୋଇଥଲା ଏଵଂ ବିଭିନ୍ନ ସାଂସ୍କୃତିକ,ସାମାଜିକ ଓ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଯୁକ୍ତ ଦୁଇ ର ୩୧୬ ଏବଂ ଯୁକ୍ତ ତିନି ରେ ୩୭୦ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ରକ୍ତଦାନ କରିଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆଧ୍ୟାପିକା ମାନଙ୍କ ସହ ସାମାଜିକ କାର୍ଯ୍ୟକ୍ରମ ରେ ଉତ୍ତମ ପାରଦର୍ଶିତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯକ୍ରମରେ ସହ ନୋଡାଲ ଅଫିସର ଡ.ସରୋଜ କୁମାର ନାଏକ,ପ୍ରମୋଦ କୁମାର ପାଣିଗ୍ରାହୀ,ଡ.ତୁଷାରକାନ୍ତ ସାହୁ,ସଞ୍ଜୟ ତିଗ୍ଗ।,ସଡାନନ ଭୋଇ,ଭୁବନେଶ୍ୱର ବରିହା ମଞ୍ଚ।ସୀନ ଥିଲେ।ସଦସ୍ୟ ଦିପ୍ତିମୟୀ ଶତପଥୀ, ସୋନାଲ ବଂଶଲ୍ ,ଡ଼ଃ ବିରଞ୍ଚି ସାହୁ,ପ୍ରଭାତ କୁମାର ମହାପାତ୍ର,ଖଗେଶ୍ବର ଦାଶ,ତାପିନୀ ପଣ୍ଡା,ସନ୍ତୋଷ କୁମାର ମିଶ୍ର,ଡ.ସୁବୋଧ କୁମାର ତ୍ରିପାଠୀ,ଡ଼ଃ ପ୍ରଦୀପ ପଣ୍ଡା,ଶର୍ମିଲା ପଣ୍ଡା, ବୁନୀ ସାହୁ,ଦିଲ୍ଲୀପ ବହିଦାର, ଓମ ପ୍ରକାଶ ସତନାମୀ, ବାଳଗୋପାଳ ମେହେର,ତୋଷବନ୍ତ ବାରିକ,ସୁସ୍ମିତା ମେହେର ପୁରସ୍କାର ବିତରଣରେ ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନାଟକ ଓ ନୃତ୍ୟ ପରିବେଷଣ କରିଥିଲେ। ଏହି ପୁରସ୍କାର ବିତରଣର ପରିଚାଳନା ରେ ଶ୍ରୀମତୀ ଶର୍ମିଲା ପଣ୍ଡା, ମୋନାଲିସା ସ୍ୱାଇଁ, ସସ୍ମିତା ମେହେର ଓ ବୁନି ସାହୁ ସହଯୋଗ କରିଥିଲେ। ଏହି କାର୍ଯକ୍ରମ ରେ ସମାଜସେବୀ ନିରୋଜ ଦୋରା,ଏଡି. ପି .ଆର. ଓ.ବିନାୟକ ମିଶ୍ର,ମହାବିଦ୍ୟାଳୟର ଶ୍ରୀ ତାରାପ୍ରସାଦ ଶତପଥି, ପୂର୍ଣ୍ଣିମା ଦୋରାଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ,ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ।ପରିଶେଷରେ ଡ଼ଃ ତୁଷାରକାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ
- Hits: 296








