ଛାତ୍ର ଛାତ୍ରୀ ମାନେ ଶିକ୍ଷା ସହିତ ଆଜିର ସମାଜରେ ସାମାଜିକ ସେବାବର୍ତ୍ତୀ ହେବା ଆବଶ୍ୟକ - ମୁଖ୍ୟଅତିଥି l
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ହଳଦିଆ ଦୁର୍ଗାଚରଣ ନାୟକ ମେମୋରିଆଲ କଲେଜ ପରିସରରେ ମହାସମାରୋହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧକ୍ଷ ପ୍ରହଲ୍ଲାଦ ଜେନାଙ୍କ ସଭାପତିତ୍ବ ରେ
ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ ଯୋଗଦାନ କରି ଛାତ୍ର ଛାତ୍ରୀ ମାନେ ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହିତ ସମାଜ ଓ ଦେଶ ଗଠନରେ ବ୍ରତୀ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ l ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପିଲାମାନଙ୍କ ବୈଦ୍ଧିକ, ଶାରୀରିକ, ସାମାଜିକ ଵିକାଶ କ୍ଷେତ୍ରରେ ଅସୁବିଧା ସୁବିଧା ପଚାରି ବୁଝିବା ସହିତ ଆଉ କି କି ଵିକାଶମୂଳକ କାର୍ଯ୍ୟକ୍ରମ ଆଗକୁ କରାଯିବା ସେ ନେଇ ବିଶେଷ ଭାବେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ କଟକ ସଦର ଉପଜିଲ୍ଲାପାଳ
କମଳଜିତ୍ ଦାସ, ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲ୍ଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ପୂର୍ଣ୍ଣଚନ୍ଦ୍ର ସାଇଁ, ଜଗବନ୍ଧୁ ସେଠୀ, ସୁସ୍ମିତା ଦାସ, ସରପଞ୍ଚ ରାଜେନ୍ଦ୍ର କୁମାର ସାହୁ, ସମାଜସେବୀ ଜ୍ଞାନେନ୍ଦ୍ର ସାହୁ ପ୍ରମୁଖ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ ପଣ୍ଡା, ଅଭୟ କୁମାର ଦାସ, ବିପଦଭଞ୍ଜନ ନାୟକ, ସତ୍ୟବ୍ରତ ରଥ,ବିଶ୍ଵନାଥ ସେଠି, ସଞ୍ଜୟ କୁମାର ଜେନା, ଅଧ୍ୟାପିକା ଅମ୍ବିକା ଵାଳା ରାଉତ ଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କଲେଜ କର୍ମଚାରୀ, ଛାତ୍ର ଛାତ୍ରୀ, ଅଭିଭାବକ ଏବଂ କଲେଜର ପରିଚାଳନା କମିଟିର ସଭ୍ୟ ଯୋଗଦାନ କରିଥିଲେ l କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ l ଶେଷରେ ସରପଞ୍ଚ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଭୁବନେଶ୍ୱରର ଆର୍ଯ୍ୟାନ ଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l








