ହେଡଲାଇନସ୍:

ପ୍ଲଲିସାହି ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ “ନୂଆ-ଓ”ର ଉଦ୍‌ଯାପନ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 : ଶାରୀରିକ,ସାମାଜିକ, ବୈଦ୍ଧିକ ଏବଂ ଲୁକାୟିତ ପ୍ରତିଭାକୁ  ଲୋକ ଲୋଚନକୁ ଆଣିବା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ୍ଷ୍ୟ - ମୁଖ୍ୟ ଅତିଥି l 

 (ମାହାଙ୍ଗା -ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ପଲ୍ଲୀସାହି ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ “ନୂଆ-ଓ” ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦ୍‌ଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ମହିଳା ମହାବିଦ୍ୟାଳୟ ପଲ୍ଲୀସାହିର ଅଧକ୍ଷ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ ଯୋଗଦାନ କରି ଛାତ୍ରୀ ମାନଙ୍କ ବୈଦ୍ଧିକ, ଶାରୀରିକ, ସାମାଜିକ ଵିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ କରିଛନ୍ତି ତାହା ଅତ୍ୟନ୍ତ ମୁଖ୍ୟମନ୍ତ୍ରୀ ଙ୍କ ଛାତ୍ରାଭିମୁଖୀ ଯୋଜନା ଯାହାଦ୍ୱାରା ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ସମ୍ଭବ ବୋଲି ପ୍ରକାଶ କରିଥିଲେ l ବିଶିଷ୍ଟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଏହି କଲେଜ ର ଵିକାଶ ପାଇଁ ଯାହା ଯାହା କିଛି ଉନ୍ନତି ଆବଶ୍ୟକ ଥିଲା ତାହା କରାଯାଇଛି ଏବଂ ଯାହାବି କିଛି ଆବଶ୍ୟକ ରହିଛି ତାହାକୁ ମଧ୍ୟ ଖୁବ ଶ୍ରୀଘ୍ର କରାଯିବ ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ କଟକ ସଦର ଉପଜିଲ୍ଲାପାଳ ତଥା ମାହାଙ୍ଗା ମହିଳା କନିଷ୍ଠ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି କମଲଜିତ୍ ଦାସ, କଲେଜ ପରିଚାଳନା କମିଟି ସଭାପତି ବିବେକାନନ୍ଦ ମିଶ୍ର, ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲ୍ଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ବୃନ୍ଦ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶମୁଖୀ ଯୋଜନା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଏହି କଲେଜ ର ଵିକାଶ ସମ୍ଭବ ହୋଇପାରିଛି ଏବଂ କଲେଜ ଛାତ୍ରୀ ଙ୍କ ଶିକ୍ଷା କ୍ଷେତ୍ରରେ କିପରି ଅଧିକ ରୁ ଅଧିକ ବିକାଶ କରାଯାଇପାରିବ ସେ ଦିଗ ଉପରେ ମଧ୍ୟ ବିଧାୟକ ଶ୍ରୀ ଜେନା ବିଶେଷ ଭାବେ ଧ୍ୟାନ ରଖିଛନ୍ତି ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କଲେଜ କର୍ମଚାରୀ, ଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ବିଦ୍ୟାଳୟ ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l କଲେଜ ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

0
0
0
s2sdefault