ହେଡଲାଇନସ୍:

ବ୍ଲକ ସ୍ତରୀୟ ନୂଆ ଓ କ୍ରୀଡା ପ୍ରତିଯୋଗିତା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୯/୧୨/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ମହାବିଦ୍ୟାଳୟ ଖେଳ ପଡିଆ ରେ ଗତ ତିନଦିନ ଧରି ଚାଲି ଆସୁଥିବା ବ୍ଲକ ସ୍ତରୀୟ ନୂଆ ଓ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି। ଡାବୁଗାଁ ବ୍ଲକ ର ୧୦ ଗୋଟି କ୍ରିକେଟ ଦଳ ଏଥିରେ ଭାଗ ନେଇଥିଲେ। ଆଜି ଉଦଯାପନୀ ଦିବସ ରେ ଫାଇନାଲ ମ୍ୟାଚ ଡାବୁଗାଁ ର ସ୍ଵାଗତ ଏକାଦଶ ଓ କୋଇଲାରି ରାଇଡରସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋଇଲାରି ଦଳ ପ୍ରଥମେ ବ୍ୟାଟିଂ କରି ୧୦୯ ରନ କରିଥିବା ବେଳେ ସ୍ଵାଗତ ଏକାଦଶ ନିର୍ଦ୍ଧାରିତ ଓଭର ମଧ୍ୟରେ ୧୧୦ ରନ କରି ବିଜୟ ଲାଭ କରିଥିଲା।କ୍ରୀଡା ଶିକ୍ଷକ ହେମନ୍ତ ସାମଲ ଓ ବାସୁଦେବ ରଥ ଏମ୍ପାୟର ଭାବେ ଖେଳ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ନୂଆ ଓ କ୍ରୀଡା ବ୍ଲକ ସଂଯୋଜକ ଗୁପ୍ତ ବିଶୋଇ,ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ , ବିଡ଼ିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଜିଲ୍ଲା କ୍ରୀଡା ସଂଘ ପ୍ରତିନିଧି ବାବି ଜେନା,କଂଗେସ ଜୋନ ୧ ସଭାପତି ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଓଡ଼ିଶା ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମ ଏକ ପ୍ରତିଭା ଅନ୍ୱେଷଣ ର ପ୍ରୟାସ ହୋଇଥିବା ରୁ ଯୁବକ ମାନେ ପାରଦର୍ଶି ହୋଇପାରିବେ ବୋଲି କହିଥିଲେ। ଯୁବକ ମାନେ କ୍ରୀଡା ଓ ସଂସ୍କୃତି ରେ ଉନ୍ନତି କଲେ ଓଡ଼ିଶା ବିକଶିତ ହୋଇପାରିବ ବୋଲି କହିଥିଲେ। ଯୁବ ଶକ୍ତି ପାଖରେ ଭରପୁର ପ୍ରତିଭା ରହିଥିବାରୁ ଏହାର ସଦୁପଯୋଗ କରିବାକୁ କହିଥିଲେ। ଏହା ପରେ ବ୍ଲକ ଚାମ୍ପିଅନ ସ୍ଵାଗତ ଏକାଦଶ ଦଳକୁ ଅତିଥି ମାନଙ୍କ ଦ୍ଵାରା ୨୦ ହଜାର ଟଙ୍କା ସହ ଟ୍ରଫି ଓ ପରାଜିତ କୋଇଲାରି ଦଳ କୁ ୧୫ ହଜାର ସେକେଣ୍ଡ ରନର ଆପ ଦଳ ଡାବୁଗାଁ ଦିଲଦାର୍ ଏକାଦଶ ଓ ଡଙ୍ଗରିଗୁଡ଼ା ଷ୍ଟାର ଦଳକୁ ଟ୍ରଫି ଓ ମାନପତ୍ର ସହ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପିଇଓ ପର୍ଶୁରାମ ମାଳି, ପ୍ରୋଗ୍ରାମ ସହାୟକ ଅମୂଲ୍ୟ ଦଳେଇ, ପେଶା ସଂଯୋଜକ ବୁଲୁ ମହଙ୍କୁଡ ସହ ଅନ୍ୟମାନେ ସହଯୋଗ କରିଥିଲେ।

0
0
0
s2sdefault