ହେଡଲାଇନସ୍:

ମାଁ ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୩ ଉଦ୍ ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର,୨୯/୧୨ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ସଦରମହକୁମା ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶନୀ ଷ୍ଟାଡିୟମ ଠାରେ ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଚଳିତ ମାସ ତା୧୦,ରେ ଉଦଘାଟିତ ହୋଇଥିଲା। ଏହି ମ୍ୟାଚ ରେ କଳାହାଣ୍ଡି ଜିଲ୍ଲାର ଜୟପାଟଣl ବ୍ଲକ ନବରଙ୍ଗପୁର ଜିଲ୍ଲାର ୫ ଗୋଟି ବ୍ଲକର ୨୮ ଗୋଟି ଦଳର ଦଳୀୟ ଖେଳାଳୀ ମାନେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଦଳ ସହିତ ଉତ୍ତମ ଭାବେ ଖେଳି ,ପାତ୍ରପୁଟ ଦଳ ତାହାର ପ୍ରତିଦ୍ୱନ୍ଦୀ ଚନ୍ଦ୍ରପୁର ଦଳ କୁ ପରାସ୍ତ କରି ଫାଇନାଲ ମ୍ୟାଚ ଖେଳିବା ସୁଯୋଗ ପାଇଥିଲା। ସେହିପରି ଚନ୍ଦ୍ରପୁର ଦଳ ତାହାର ପ୍ରତିଦ୍ବନ୍ଦି ପାଇକ କତରା ଦଳକୁ ପରାସ୍ତ କରି ଫାଇନାଲ ପର୍ଯ୍ୟାୟରେ ପହଂଚି ଥିଲା। ଆଜି ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ପାତ୍ରପୁଟ ଦଳ ଵିଜୟଲାଭ କରି ଟ୍ରଫି ଗ୍ରହଣ କରିଥିଲେ। ଏହି ଖେଳକୁ ପୂର୍ଣ୍ଣଚନ୍ଦ୍ର ଦଳପତି ଓ ନିରଜ ସାହୁ ପରିଚାଳନା କରିଥଲେ।ପୂର୍ଣ୍ଣଚନ୍ଦ୍ର ହରିଜନମୂଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି ,ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜୁରୀ ବିଷୋୟୀ,ସ୍ଥାନୀୟ ସରପଞ୍ଚ,ଶିବା ନନ୍ଦ ପ୍ରଧାନି ,ବ୍ଲକ ଅଧକ୍ଷା ନିଳେନ୍ଦ୍ରୀ ନାୟକ ଓ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଲଷ୍ମୀ ଚନ୍ଦ୍ର ଟାକ୍ରୀ ,ସମାଜ ସେବକ ଶେଖର ଖୁରା ସାମ୍ବାଦିକ ସୁନୀଲ କୁମାର ଖୁରା ,ଓ ସଂଜୀବ ଖୁରା ଯୋଗ ଦେଇଥିଲେ ।ଏହାକୁ ଆୟୋଜନ କରିଥଲେ ଇନ୍ଦ୍ରା କଲୋନୀ ରୋ ଯୁବ ଗୋଷ୍ଠୀ କମିଟି ସଭାପତି ,ଦିଲୀପ ଡ଼ଙ୍ଗରି, ସମ୍ପାଦକ,ସଜନ ସୁନା ,କୋଷାଧକ୍ଷ ସୁବାଷ ହିଆଲ, ସହ କମିଟିର ଅନେକ କର୍ମକର୍ତ୍ତା.ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ଶ୍ରୀ ଟାକ୍ରୀ ଉଭୟ ଦଳକୁ ଉତ୍ସାହିତ କରି ଭାଇଚାରା ସହ ଜନ ମଙ୍ଗଳ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ।

0
0
0
s2sdefault