ହେଡଲାଇନସ୍:

ପଦ୍ମପୁର ପାଇଁ ନୂତନ ଏଡିଏମ ନିଯୁକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ : ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡ ସକାଶେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଜଣେ ଏଡିଏମ ଙ୍କୁ ନିଯୁକ୍ତି ଦେଇଛନ୍ତି । ପଦ୍ମପୁର ଏଡିଏମ ଭାବେ ଆଇଏଏସ ଚଭନ କୁନାଲ ମୋତିରାମ ଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ମୋତିରାମ ବର୍ତ୍ତମାନ ବାଲେଶ୍ଵର ଉପଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲେଶ୍ଵର ପୌର ପରିଷଦର ଅତିରିକ୍ତ ଦାୟିତ୍ଵ ନିର୍ବାହ କରୁଥିବା ସୂଚନା ମିଳିଛି ।

 ସୂଚନାଯୋଗ୍ୟ ଯେ , ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ  ସ୍ରୁଷ୍ଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେବା ସହିତ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୨୦ ବ୍ଯାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି। ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ସବଡିଭିଜନ। ପଦ୍ମପୁରର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି 

0
0
0
s2sdefault