ପୁରୀ (ଅନିମେଶ ପଟ୍ଟନାୟକ): ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗୁରବାର ରାତିରେ ସ୍ଥାନୀୟ ମରଚିକୋଟ ଛକ ଠାରେ କିଛି ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରେ ଘଟିଛି ସଂଘର୍ଷ । ପୁରୀ ବୁଲିବାକୁ ଆସିଥିବା କିଛି ଭକ୍ତ ନିଜର ଚାରିଚକିଆ ଗାଡ଼ିକୁ ମରିଚିକୋଟ ଛକ ଦେଇ ଶ୍ରୀମନ୍ଦିର ଆଡ଼େ ଯାଉଥିବା ବେଳେ ଜଣେ ସ୍ଥାନୀୟ ଲୋକଙ୍କ ବାଇକ୍ ସହିତ ମାଡ଼ ହୋଇଥିଲା । ଯାହାଫଳରେ ଉଭୟ ପକ୍ଷ ଉତ଼କ୍ଷିପ୍ତ ହୋଇ ମାରପିଟ ଆରମ୍ଭ କରିଥିଲେ ।
ପ୍ରକାଶଥାଉ କି, ଶ୍ରୀମନ୍ଦିର ପରିକ୍ରମା କାମ ଚାଲୁଥିବାରୁ ସ୍ଥାନୀୟ ବାସିନ୍ଦା ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଯାତାୟତ, ମାର୍କେଟିଂ ଆଦିରେ ଅନେକ ଅସୁବିଧା ହେଉଛି । ଏପରି ସ୍ଥଳେ ପୁଲିସ ଅଧିକାରୀମାନ ହାତ ଗୁଞ୍ଜା ନେଇ ଅନେକ ଚାରିଚକିଆକୁ ଶ୍ରୀମନ୍ଦିର ପାଖକୁ ଛାଡ଼ୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଫଳରେ ବାସିନ୍ଦାଙ୍କ ଦୁର୍ଦ୍ଦଶାର ଦୁଇଗୁଣିତ ହେଇଯାଉଛି । ବାରମ୍ବାର ଏ ନେଇ ପ୍ରଶାସନକୁ ଅବଗତ କଲେ ମଧ୍ଯ ପ୍ରଶାସନ ନିଦାବିଷ୍ଣୁ ପାଲଟିଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।








