ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଜାତୀୟ ମାନ୍ୟତା ପ୍ରାପ୍ତ ସ୍ଵଦେଶୀ ଜୈବବିଭିଦତ୍ତା ଘୁମୁସରୀ ଗାଈଗୋରୁ ଗବ୍ୟ ଗୋବର ଓ ଗୋ ମୁତ୍ରରୁ ପ୍ରାକୃତିକ ଘୋରାଇ ବ୍ୟବହାରିକ ପଦାର୍ଥର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ର ପ୍ରମୁଖ ଶିତୁନ କୁମାର ଶତପଥୀ ଅIନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ଗ୍ରାମର ଭଞ୍ଜମଣ୍ଡପ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା।
ଘୁମୁସର କ୍ଷେତ୍ରରେ ଯେଉଁ ସ୍ଵଦେଶୀ ଗୋବଂଶ ଦେଖା ଯାଆନ୍ତି ସେମାନଙ୍କ କ୍ଷୀର ଯାହା ପ୍ରୋଟିନ ଯୁକ୍ତ (ଏ ଟୁ) ସହ ଗୋବର ଓ ଗୋମୁତ୍ରରେ ବିଭିନ୍ନ ଆୟୁର୍ବେଦିକ ବନସ୍ପତି ଓ ଔଷଧୀୟ ଗୁଣ ଦେଖିବାକୁ ମିଳିଥାଏ। ଏହି ଗୋବଶଂ ଭାରତ ସରକାରଙ୍କ ତରଫରୁ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ନାମ ହାସଲ କରିଛି I ସାଧାରଣତଃ ଅଞ୍ଚଳର ଗ୍ରାମ ଚାରଣଭୁମି ଓ ଜଙ୍ଗଲର ତଳି ଅଞ୍ଚଳରେ ଗୋପାଳକ ଗାଇ ଗୋଠ ରେ ୧୦ ରୁ ୧୦୦୦ ସ୍ଵଦେଶୀ ଗୋବଂଶ ରଖିଥାନ୍ତି I କ୍ଷୀରର ବଜାର ଚାହିଦା ର ଅଭାବ ଓ ଗୋବରର ଉପଯୁକ୍ତ ବ୍ୟବହାର ଓ ଗୋମୁତ୍ର ନଷ୍ଟ କୁ ରୋକିବା ନିମିତ୍ତ ଭଞ୍ଜନଗର ଘୁମୁସର ରାଜସ୍ଵ ଉପଖଣ୍ଡର ବେକାର ଯୁବକ ଯୁବତୀ ଓ ଗୋପାଳକ ଆୟକୁ ଦୁଇଗୁଣ କରିବା ପାଇଁ ଗୋବର ଶିଳ୍ପ ଓ ଗୋମୁତ୍ର ଅର୍କରେ ଫିନାଇଲ ,ସାବୁନ, ବାସନ ମାଜିବା ଡିଶ, ହାଣ୍ଡୱାସ୍ ଓ ସାବୁନ୍ ଇତ୍ୟାଦି ପ୍ରସ୍ତୁତି ଶିକ୍ଷା ଦିଆଯାଇଥିଲା I "ଘୁମୁସରୀ" ନାମରେ ବ୍ରାଣ୍ଡ କରIଯାଇ ବଜାର ସୃଷ୍ଟି କରିବା ପାଇଁ ସମିତି ଉତ୍ପାଦିକ ସଂଘ ତିଆରି କରିଛି I ବର୍ତ୍ତମାନ ମାନବ ସମାଜର ୯୦ ଭାଗ ଲୋକ ବିଭିନ୍ନ ରାସIୟନିକ ପଦାର୍ଥ ର ସଂସ୍ପର୍ଶରେ ଆସି କର୍କଟ,ହୃଦ, ସ୍ନାୟୁଜନିତ ରୋଗ ରେ ଆକ୍ରାନ୍ତ ହେବାରେ ଲାଗିଛି ।ଯାହାର ଗମ୍ଭୀରତା କୁ ନଜର ରଖି ଘୁମୁସରୀ ସମିତି ବିଷମୁକ୍ତ ସମାଜପାଇଁ ଘୁମୁସରୀ ଗୋ- ଗ୍ରାମ ଓ ଗୋ-ଅଭୟIରଣ୍ୟ କରିବା ଗ୍ରାମ ଅଞ୍ଚଳରୁ ଗୋବର ଓ ଗୋମୁତ୍ର କୁ ୫ଟଙ୍କାରେ କିଣି ବିଭିନ୍ନ ଘରୋଇ ପ୍ରସାଦନିକ ସାମଗ୍ରି କରିବା ପାଇଁ ବିଭିନ୍ନ ଅଭିନବ ପନ୍ଥା ଅବଲମ୍ବନ କରିବା ପାଇଁ ପ୍ରୟାସ୍ କରିଛି। ଉକ୍ତ ଶିବିର ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ସୂଚନା ପ୍ରସାରଣ ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରିଶଙ୍କର ଶତପଥୀ ଯୋଗଦାନ କରି ପ୍ରସଂଶା କରିବା ସହିତ ସ୍ଥାନୀୟ ସ୍ତରରେ ବ୍ୟାପକ ଆତ୍ମ ନିଯୁକ୍ତି ମିଳବ ଓ ଘୁମୁସରୀ ଗାଈଗୋରୁ ସଂରକ୍ଷଣ ହୋଇ ପାରିବ ବୋଲି ସେ ମତ ରଖିଥିଲେ I ସାଧନ କର୍ମୀ ଭାବେ ସୁଶାନ୍ତ କୁମାର ନାୟକ ଯୋଗ ଦେଇ ମହିଳା ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଗୋ ସେବା ସମିତି ସଭ୍ୟ ବ୍ରହ୍ମଚାରୀ ଶ୍ରୀ ପ୍ରଦୀପ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଘୁମୁସରୀ ଗୋବଂଶ ଦେଶର ସର୍ବଶ୍ରେଷ୍ଟ ଯାହାର ଜଳବାୟୁ, ଜୈବ ବିଭିଦତା ଉପରେ ସକାରାତ୍ମକ ପ୍ରଭାବ ଉପରେ ମତ ରଖିଥିଲେ । ସମ୍ଭଭ ଅନୁଷ୍ଠାନ ର ନମିତା ମହIନ୍ତି ଜିଆ ଖତ, ମାଜିକ,ହାଣ୍ଡି ଖତ ପ୍ରସ୍ତୁତି , ରୟତ ମହାସଂଘ ପ୍ରମୁଖ ସିମାଞ୍ଚଳ ନାହକ ଜୈବିକ ଖେତିର ଗୁରୁତ୍ଵ ଓ ଅଗ୍ରଣୀ ଚାଷୀ ଡି.ନାରାୟଣ ଯୋଗ ଦେଇ ପଞ୍ଚଗବ୍ୟର ଉପଦେୟତI ଉପରେ ଆଲୋକ ପାତ ଦେଇଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିର ରେ ବିଶିଷ୍ଟ ସାମ୍ବାଦିକ ମାନଙ୍କ ମଧ୍ୟରେ ସ୍ଥାନୀୟ ଉଦୟନାଥ ପଣ୍ଡା ଓ ପୁରୁଷୋତ୍ତମ ମହାପାତ୍ର ଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକ ବନ୍ଧୁ ମାନେ ଏଠାକୁ ଆମନ୍ତ୍ରିତ ହୋଇ ଏହି ପ୍ରଶିକ୍ଷଣ ଶିବିର ର ସ୍ବାବଲମ୍ବୀ ଶିକ୍ଷା କୁ ସୁଦୁର ପ୍ରଚାର କରିବାରେ ସହାୟକ ହୋଇଥିବାରୁ, ଶିବିର ଆୟୋଜକ ସଦସ୍ୟ ମାନେ ସେମାନଙ୍କୁ ଆନ୍ତରିକତା ର ସହ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସଂଯୋଜନା ସମିତି ପ୍ରମୁଖ ପ୍ରକାଶ ଚନ୍ଦ୍ର ସାହୁ କରିଥିଲେ , ଅଗ୍ରଣୀ ଚାଷୀ ବିରେନ୍ଦ୍ର ନାୟକ, ଶିକ୍ଷାବିତ ସୁଦାମ ଡାକୁଆ , ବ୍ରାହମନାଦ , ରିନI, ମଞ୍ଜୁଲା,ଦୁଲାର କୃଷ୍ଣ ବହୁ ଗୋପାଳକ ଗୋପାଲିକI ଅଂଶଗ୍ରହଣ କରିଥିଲେ I ପଞ୍ଚକର୍ମା ମାଧ୍ୟମରେ ଶତାଧିକ ସ୍ନାୟୁ, ଗଣ୍ଠି ବାତ,ଅଣ୍ଟା ବ୍ୟଥା ,ମଧୁମେହ, ରକ୍ତଚାପ ଓ ଗ୍ୟାଷ୍ଟିକ ରୋଗୀଙ୍କ ଚିକିସ୍ଥା କରI ଯାଇଥିଲା I








