ଜଗତସିଂହପୁର,ତା-୨୮.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର ୧୩୯ ତମ ପ୍ରତିଷ୍ଠା ଦିବସ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ୍ଙ୍କ ସଭାପତିତ୍ବରେ ସ୍ବାଧୀନତା ସଂଗ୍ରାମୀ ଅଳକା ଆଶ୍ରମ ସ୍ମୃତି ପରିଷଦ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ବିକାଶରେ ଭାରତୀୟ ଜାତୀୟ କଂଗ୍ରେସର ଅବଦାନ ଉପରେ ଉପସ୍ଥିତ ନେତୃମଣ୍ଡଳୀ ଆଲୋକପାତ କରିଥିଲେ l ଏହି ଅବସରରେ କଂଗ୍ରେସ ଦଳକୁ ମଜଭୁତ କରି ସାଧାରଣ ଲୋକମାନଙ୍କ ବିକାଶରେ ନିୟୋଜିତ କରିବା ପାଇଁ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ନିକୁଞ୍ଜ କିଶୋର ବେହେରା,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରିୟମ୍ବଦା ପାଣି,ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ କୁମାର ଜେନା,ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ଵର ପଣ୍ଡା,ମହନି ଚରଣ ରାଉତ, ପୂର୍ଣଚନ୍ଦ୍ର ପରିଡ଼ା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ କୁମାର ସାମନ୍ତରାୟ,ନଗର ମହିଳା କଂଗ୍ରେସ ସଭାନେତ୍ରୀ ମାନସୀ ନନ୍ଦ, କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡାକ୍ତର ଜଗଦାନନ୍ଦ ବେହେରା, ସଂଖ୍ୟାଲଘୁ ସେଲ ସଭାପତି ସେଖ ଅମିନୁସ ସାଜେଦିନ,ଜିଲ୍ଲା ଚାଷୀ ମୂଲିଆ ସଂଗଠନ ସଭାପତି ଇଂ ବେଦଦ୍ୟୃତି ପୃଷ୍ଟି,ନଗର କଂଗ୍ରେସ ଉପ ସଭାପତି ପ୍ରଦୀପ୍ତ କୁମାର ସାହୁ, ସିଦ୍ଧାର୍ଥ ତ୍ରିପାଠୀ,ମାନସ ରଥ, ରଜନୀକାନ୍ତ ଚୌଧୁରୀ,ଛାତ୍ର ନେତା ଅବଦୁଲ ନସିମ ଖାଁ, କୃଷ୍ଣଚନ୍ଦ୍ର ପ୍ରଧାନ, ପାରିଷଦ ଜଗଦାନନ୍ଦ ପଢିହାରୀ,ସାଗରିକା ଦାଶ, ପ୍ରବୀର ପରିଜା,ଦାସରଥୀ ସ୍ବାଇଁ,ଲିପୁ ମହାନ୍ତି,ଅବନୀକାନ୍ତ ମହାରଣା, ସରପଞ୍ଚ ପ୍ରମୋଦ ସାହୁ,ଅଂଜନ କୁମାର ସାମଲ,ଅଶୋକ ଭୋଇ, ସିଦ୍ଧାର୍ଥ ଶଙ୍କର ରାୟ, ହିମାଂଶୁ ପରିଡ଼ା, କୈଳାସ ଦାସ, ନାରାୟଣ କାନୁନଗୋ,ସ୍ବାସ୍ତି ପ୍ରସାଦ ମିଶ୍ର,ନିରଞ୍ଜନ ସେନ, ଭକ୍ତ ଚରଣ ଦାସ,ରବି ଆଚାର୍ଯ୍ୟ, ଦେବେନ୍ଦ୍ର ବେହେରା,କାଳନ୍ଦୀ ଚରଣ ଖଟୁଆ,ଝାଟୁ ବେହେରା, ଅବଦୁଲ ମାଜିଦ୍, ଭାସ୍କର ମଲ୍ଲିକ,, କେଦାର ପାଲ,ସେଖ ହିଜବୁଲ ରହମାନ,ହେଦାୟତ ଅଲ୍ଲୀ,ଇମତିହାଜ ଖାଁ, ସୁଦର୍ଶନ ବେହେରା, ଜ୍ଞାନ ରଞ୍ଜନ ପୃଷ୍ଟି, ସଂଜୀବ ମିଶ୍ର, ବାବାଜୀ ଜେନା, ବିଭୂତି ଲେଙ୍କା, ହିମାଂଶୁ ମହାନ୍ତି, ନିରଞ୍ଜନ ମହାପାତ୍ର,ନିମାଇଁ ଚରଣ ନାୟକ,ରୁଦ୍ର ପ୍ରସାଦ ବାରିକ, ଦୀପ୍ତି ରଞ୍ଜନ ତାରେଣିଆ,ତାପସ ବଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏଥି ସହିତ ପ୍ରାତଃ ୯ ଘଟିକା ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ପତକା ଉତ୍ତୋଳନ କରାଯିବା ସହିତ ପୌର ପରିଷଦ ମଧ୍ୟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ,ସମ୍ବିଧାନ ପ୍ରଣେତା ଡଃ ବାବା ସାହେବ ଭୀମରାଓ ଆମ୍ବେଦକର, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ,ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ ପ୍ରଭୃତି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।
ରାଜ୍ୟ
କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ
- Hits: 382








