ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ ପାଇଁ ମାହାଙ୍ଗା ଦୁଃଖ ଦୂର ହେବାକୁ ଯାଉଥିବାରୁ କୃତଜ୍ଞତା ଜଣାଇଲେ ମାହାଙ୍ଗାର ବୁଦ୍ଧିଜୀବୀ, କୃଷକ , ବରିଷ୍ଟ ନାଗରିକ l
(ମାହାଙ୍ଗା-ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ର ଦୁଃଖ କୁହାଯାଉଥିବା ଗୋବରୀ ନାଳରେ ବନ୍ୟା ଆସିଲେ ସ୍ଥାନୀୟ ଆଖ ପାଖ ଅଞ୍ଚଳର ପାଇକରାପୁର, ଚାହାପଡା, ବରଦିଆ, ଜଳେଶ୍ଵରପୁର, ନୃର୍ତ୍ତାଙ୍ଗ, କୁଆଁପାଳ, ରାହାଣିଆ, ଶ୍ରୀକୃଷ୍ଣପୁର, ଲିଳିତଗିରି ଆଦି ଆଖପାଖ ବହୁ ପଞ୍ଚାୟତ ବାସୀଙ୍କ ମନରେ ଛନକା ପଶିଯାଏ, ଏପରିକି ବନ୍ୟା ଆସିବା ଦ୍ୱାରା ଜଳ ନିଷ୍କାସନ ରେ ନାନା ସମସ୍ୟା ଉପୁଜେ l ତେବେ ଏହାର ସମସ୍ୟା ସମାଧାନ ସମ୍ପର୍କ ରେ ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀ, କୃଷକ, ବରିଷ୍ଟ ମୁରବିମାନେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଅବଗତ କରାଇଥିଲେ l
ବିଧାୟକ ଶ୍ରୀ ଜେନା ମାହାଙ୍ଗା ଅଞ୍ଚଳବାସୀଙ୍କ ଦୁଃଖ ବୁଝିପାରୀ ମାହାଙ୍ଗା ଅଞ୍ଚଳର ବିକାଶ ପାଇଁ ଗୋବରୀ ନାଳର ଡ୍ରେନେଜ ପ୍ରଣାଳୀ ରେ ଉନ୍ନତିକରଣ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ ଙ୍କୁ ଅବଗତ କରାଇଥିଲେ l ଯାହା ଆଜି ବିଧାୟକ ଶ୍ରୀ ଜେନାଙ୍କ ଉଦ୍ୟମ ଫଳରେ ସଫଳ ହେବାକୁ ଯାଉଛି l ଗୁରୁବାର ଅପରାହ୍ନ ସମୟରେ ମାହାଙ୍ଗା ବ୍ଲକ ପଶୁଲୁଣ୍ଡା ନିକଟରେ ଏକ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସୁଖ ଦୁଃଖର ସାଥି ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଗୋବରୀ ନାଳ ର ଉନ୍ନତିକରଣ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l ଓଡିଶା ସରକାର ଜଳସମ୍ପଦ ବିଭାଗ ସର୍ବୋପରି ଡ୍ରେନେଜ ବିଭାଗ କଟକ ଙ୍କ ପକ୍ଷରୁ ଗୋବରୀ ଡ୍ରେନେଜ ପ୍ରଣାଳୀ ର ଉନ୍ନତିକରଣ ପାଇଁ 5 କୋଟି 35 ଲକ୍ଷ ଟଙ୍କାର ଅନୁଦାନ ବ୍ୟୟବରାଦ ହୋଇଛି l ଏହି କାର୍ଯ୍ୟ ଖୁବ ଶ୍ରୀଘ୍ର ସାରିବା ପାଇଁ ବିଧାୟକ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ଏପରିକି ବହୁ ବର୍ଷର ସମସ୍ୟା ଦୂରୀଭୁତ ହେବାକୁ ଯାଉଥିବାରୁ ସମଗ୍ର ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଟ ମୁରବି, କୃଷକ, ଆଇନଜୀବୀ, ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲ୍ଲିକ , ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି , ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ସରପଞ୍ଚ ରାଜକିଶୋର ବଳ, ସୁଜାତା ମଲ୍ଲିକ, ସମିତିସଭ୍ୟା ରେବତୀ ସେଠୀ, କଟକ ଜିଲ୍ଲା ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ଜୋନ ସଭାପତି ନିରଞ୍ଜନ ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ଜିଲ୍ଲାପରିଷଦ ମୁସିଦ ରିୟାଜୁଲ ହୋଦା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ମହିଳା ମିଶନ ଫେଡେରେସନ ସଭାପତି ସସ୍ମିତା ମହାନ୍ତି, ଯୁବନେତା ଅମୀୟ ନାୟକ, ଭବାନୀ ଶଙ୍କର ସାମଲ, ଦୀପକ କୁମାର ସିନହା, ମୃତ୍ୟଞ୍ଜୟ ବରାଳ ଙ୍କ ସମେତ ସମଗ୍ର ଅଞ୍ଚଳବାସୀ ଯୋଗଦାନ କରିଥିଲେ l








