ହେଡଲାଇନସ୍:

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣ ପତ୍ର ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଳାର ପ୍ରମୁଖ ମନ୍ଦିରମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀରୁ ଆସିଥିବା ସେବାୟତ ଓ ଅଧିକାରୀ ପାରଳାଖେମୁଣ୍ଡି ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଓ କାଶୀନଗରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନ୍ ସେବାୟତଙ୍କୁ ଭବ୍ୟ ସମ୍ବର୍ଦ୍ଧନାରେ ଗୁଣ୍ଡିଚା ବାଡି ମନ୍ଦିରରୁ ପାଛୋଟି ନିଆଯାଇଥିଲା। ଶ୍ରୀଯୁକ୍ତ ଶିବଶଙ୍କର ରଣା ସେବାୟତ , ଶ୍ରୀଯୁକ୍ତ ସତ୍ୟଶିବ ସୁନ୍ଦର ଚଉପଟ୍ଟନାୟକ , ସେବାୟତ , ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ମହାନ୍ତି , ସେବାୟତ ଓ ନୋଡାଲ ଅଫିସର ଶ୍ରୀଯୁକ୍ତ ସ୍ୱରୂପ କୁମାର କର ତିନି ସେବାୟତ ଓ ନୋଡାଲ ଅଫିସରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ମାନୀତ ଅତିଥି ଭାବରେ ମହାଦେଇ ସୁଶ୍ରୀ କଲ୍ୟାଣୀ ଗଜପତି , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌରପରିଷଦ ପାରଳାଖେମୁଣ୍ଡି ଓ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ସଂକୀର୍ତ୍ତନ , ବିରବାଦ୍ୟ , ଓଡ଼ିଶୀ ନୃତ୍ୟ କଳାକାର ସମବେତ ଜନତାଙ୍କ ମାଧ୍ୟମରେ ସମସ୍ତ ସେବାୟତଙ୍କୁ ସ୍ବାଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସମସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ କରାଯାଇଥିଲା।

0
0
0
s2sdefault