ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଚଳିତ ଖରିଫ ଧାନ ସଂଗ୍ରହ ୨୦୨୩-୨୪ ପାଇଁ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାାଳୟ ସମ୍ମୁଖରେ ଆଜି ଶୁଭାରମ୍ଭ ହୋଇଯାଇଛି।
ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଗୋଷାଣୀ , କାଶୀନଗର ସମେତ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା କରାଯିବ। ଗଜପତି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସନ୍ତା ୨୯.୧୨.୨୦୨୩ ଶୁକ୍ରବାର ଦିନ ଠାରୁ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଏଥି ନିମନ୍ତେ ସମସ୍ତ ଚାଷୀମାନଙ୍କୁ ଅନୁରୋଧ ସରକାରଙ୍କ ନିୟମାବଳୀ ଅନୁସରଣ କରିବେ।
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଗଜପତି ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ ଚଳିତ ୨୦୨୩-୨୪ ଖରିଫ ବର୍ଷରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି , ବୃହତକାର କୃଷି ସମବାୟ ସମିତି ଏବଂ ୧୯ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ସେମାନଙ୍କର ଧାନ ବିକ୍ରୟର ପ୍ରାପ୍ୟ , ପୂର୍ବରୁ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସିଧାସଳଖ ପାଇପାରିବେ ଏବଂ ଧାନ ବିକ୍ରୟ ସମୟରେ ଆଧାର କାର୍ଡ , ବ୍ୟାଙ୍କ ପାସ୍ ବହିର ପ୍ରଥମ ପୃଷ୍ଠାର ନକଲ ଓ ଏସ୍ ଏମ୍ ଏସ୍ ଟୋକେନ୍ ପତ୍ର ସହ ଧାନ କ୍ରୟ କେନ୍ଦ୍ରକୁ ଆଣିବାକୁ ଆବଶ୍ୟକ।
ଏହି ଅବସରରେ ଜିଲ୍ଲା ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ହରିହର ସେଠ , ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ ଓ ଜିଲ୍ଲା ଯୋଗାଣ ଅଧିକାରୀ ସମେତ ବିଭାଗୀୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।
ରାଜ୍ୟ
ଖରିଫ ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ
- Hits: 189








