ନିଜ ମାଟିରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପାଣ୍ଡିଆନ
କେନ୍ଦ୍ରମନ୍ତ୍ରୀ ଭାବେ ଜୁଏଲ ଓରାମ, ବିଶ୍ୱେଶ୍ଵର ଟୁଡୁ, କେପି ସିଂହଦେଓ ଓ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଧର୍ମେନ୍ଦ୍ରଙ୍କୁ ବିନା ଡିଟରଜେଣ୍ଟରେ ଧୋଇଲେ କାର୍ତ୍ତିକେୟନ
ନିଜ ଅଞ୍ଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଭାବେ କରିଛନ୍ତି କ’ଣ ?
-
> କେତେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଛି ?
-
> କେତେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ହୋଇଛି ?
-
> କାହିଁକି ଠିକ୍ ହେଉନି ୫୫ ନମ୍ବର ଜାତୀୟ ରାଜପଥ ?
-
> ଗୋଟିଏ ଗସ୍ତରେ ୬ ମାସ ଭିତରେ ଅନୁଗୁଳ ନିର୍ବାଚନମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୧୦୦ କୋଟି
-
> ପରଜଙ୍ଗ ନିର୍ବାଚନମଣ୍ଡଳୀକୁ ମିଳିଛି ହଜାରେ କୋଟି
ଭୁବନେଶ୍ୱର : ବିଜେଡିର କୌଣସି ନେତା କେବେ ଏମିତି ଧୋଇବାକୁ ସାହସ କୁଳାଇପାରିନଥିଲେ, ଯେମିତି ଆଜି କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଜନ୍ମ ମାଟିରେ ଧୋଇଛନ୍ତି ପ୍ରମୁଖ ବିଜେଡି ନେତା ତଥା ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ | କାଲି ଧାମନଗରରେ ସିନା ବୁଲେଇ ବଙ୍କେଇ ନାଁ ନନେଇ ସ୍ପିନ ବଲ ପକେଇଥିଲେ, ଆଜି କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହୋମ ଗ୍ରାଉଣ୍ଡରେ ଆଜି ଖାଲି ପେସ ଆଉ ବାଉନସର | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ଅନୁଗୁଳ ମାଟିରେ ଠିଆ ହୋଇ ତାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ଯକ୍ଷ ଶ୍ରୀ ପାଣ୍ଡିଆନ I ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଗତସନ୍ତ୍ରୀଠାରେ ସାଧାରଣ ସଭାରେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ତିନିଟି ପ୍ରଶ୍ନ ପଚାରିଛନ୍ତି । ସେ କହିଥିଲେ, ମୁଁ ବିନମ୍ରତାର ସହ ପଚାରୁଛି- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ମାଟିର ସନ୍ତାନ । ଏ ମାଟି ତାଙ୍କୁ ନେଇ ଗର୍ବ କରିବାର କଥା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସବୁଠୁ ଅଧିକ ସୁଯୋଗ ସେ ପାଇଛନ୍ତି । କେନ୍ଦ୍ରରେ ଦୀର୍ଘ ଦିନ ଧରି ପ୍ରଭାବଶାଳୀ ମନ୍ତ୍ରୀ ହୋଇ ରହିଛନ୍ତି । କିନ୍ତୁ ଏ ଅଂଚଳ ପାଇଁ ତାଙ୍କର ଅବଦାନ କ'ଣ ?
ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ଟି ଯାକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ କମ୍ୟୁନିଟି କଲେଜ ଭଳି ଶିକ୍ଷାନୁଷ୍ଠାନ
ପ୍ରତିଷ୍ଠା କରିପାରିଥାନ୍ତେ । ଫଳରେ ଏ ଅଞ୍ଚଳର ପିଲା ସିବିଏସସି ପାଠ ପଢିବାର ସୁଯୋଗ ପାଇଥାନ୍ତେ । ମାତ୍ର ବିଡ଼ମ୍ୱନା ହେଲା ଏତେ ବର୍ଷ ହେଲା ମନ୍ତ୍ରୀ ରହି ମଧ୍ୟ ସେ ନିଜ ଅଞ୍ଚଳ ପାଇଁ କିଛି କଲେ ନାହିଁ ।
କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସଙ୍ଗରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ସେ ଗଂଜାମ ଜିଲ୍ଲାପାଳ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସେଠାରେ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ସମର୍ଥ ହୋଇଥିଲେ । କିନ୍ତୁ ସେହି ବିଭାଗର ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ତାଙ୍କ ଜିଲ୍ଲାରେ ମାତ୍ର ଦୁଇଟି ଇନଷ୍ଟିଚ୍ୟୁସନାଲ କେନ୍ଦ୍ରୀୟ ବିଦ୍ୟାଳୟ ରହିବା ଦୁର୍ଭାଗ୍ୟଜନକ । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ନିଜ ପଞ୍ଚାୟତରେ ଥିବା ସ୍କୁଲକୁ ରାଜ୍ୟ ସରକାର ୫-ଟି ଉପକ୍ରମରେ ରୂପାନ୍ତର କରିଛନ୍ତି । ସ୍ମାର୍ଟ ସ୍କୁଲ କରିଛନ୍ତି ।
ସେହିଭଳି କେନ୍ଦ୍ରମନ୍ତ୍ରୀ ସବୁବେଳେ କହୁଛନ୍ତି ଯେ, ଏ ଅଂଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି । ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି । ଚାହିଁଥିଲେ ଏ ଅଂଚଳର ସବୁ ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ । ଏ ଅଞ୍ଚଳରେ ଏମସିଏଲ, ଏନଟିପିସି, ନାଲକୋ ଭଳି ସଂସ୍ଥା ରହିଛି । ଦକ୍ଷତା ବିକାଶ ହୋଇଥିଲେ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ ଆଦି ଅଂଚଳର ଯୁବପିଢି ଭଲ ଭଲ ଚାକିରି ପାଇପାରିଥାନ୍ତେ । ମାତ୍ର ସେ କାହିଁକି ଏଠାରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେନାହିଁ ?
ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ତୃତୀୟ ପ୍ରଶ୍ନ ଥିଲା ୫୫ ନମ୍ବର ଜାତୀୟ ରାଜପଥକୁ ନେଇ । କଟକରୁ ଅନୁଗୁଳ ଦେଇ ସମ୍ବଲପୁର ଯିବା ପାଇଁ ରହିଥିବା ୫୫ ନମ୍ବର ଜାତୀୟ ରାଜପଥ ଏମିତି ବିପଦଜନକ ହୋଇଛି ଯେ, ପ୍ରତିଦିନଦୁର୍ଘଟଣାରେ ଲୋକେ ପ୍ରାଣ ହରାଉଛନ୍ତି । ତଥାପି ବର୍ଷ ବର୍ଷ ଧରି ଠିକ ହୋଇପାରୁନି ରାସ୍ତା । ଓଡ଼ିଶା ଭିତରେ ସବୁ ରାସ୍ତା ଭଲ । ଏପରିକି ଓଡ଼ିଶା ଭିତରେ ଥିବା ଭାରତ ସରକାରଙ୍କର ସବୁ ରାସ୍ତା ମଧ୍ଯ ଭଲ । କିନ୍ତୁ କେବଳ ଧର୍ମେନ୍ଦ୍ର ବାବୁଙ୍କ ଅଂଚଳ ଦେଇ ଯାଇଥିବା ଏହି ଗୋଟିଏ ଜାତୀୟ ରାଜପଥ କାହିଁକି ଅବହେଳିତ? ସାତ ଆଠ ବର୍ଷ ହେଲା ୫୫ ନମ୍ବର ଜାତୀୟ ରାଜପଥର କାମ ଚାଲିଛି । କେବେ କାମ ସରିବ ତାହା କାହାକୁ ଜଣାନାହିଁ । ଯଦି ଜିଲ୍ଲାପାଳମାନେ ରାସ୍ତା ଠିକ କରିଦେଇ ପାରୁଛନ୍ତି ତାହେଲେ କେନ୍ଦ୍ରମନ୍ତ୍ରୀ କାହିଁକି ଏହା କରିପାରୁନାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘାଇଲା କରିଥିଲେ ।
ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯାଇ ଶ୍ରୀ ପାଣ୍ଡିଆନ ଆଜି ପ୍ରଥମେ ଗଡ଼ସନ୍ତ୍ରୀ ଠାରେ ଥିବା ମା ଲୋଭୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ଏହାପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ଜୟ ଜଗନ୍ନାଥ ଓ ଜୟ ମା ହିଙ୍ଗୁଳା କହି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଗତ ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ୪୦ ଥର ଅନୁଗୁଳ ଜିଲ୍ଲା ଆସିଛନ୍ତି । ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା । କିନ୍ତୁ ସେ ତାହା କରିନାହାନ୍ତି । ଅପରପକ୍ଷରେ ଶ୍ରୀ ପାଣ୍ଡିଆନ ଜୁନ ମାସରେ ଥରଟିଏ ଅନୁଗୁଳ ଜିଲ୍ଲା ଆସିଥିଲେ । ତାପରେ ୧୦୦ କୋଟି ଟଙ୍କା ଅନୁଗୁଳ ନିର୍ବାଚନନମଣ୍ଡଳୀକୁ ପ୍ରଦାନ କରାଯାଇଛି ବୋଲି ପାଣ୍ଡିଆନ କହିଥିଲେ ।
ରାଜନୀତିରେ ତାଙ୍କର ଦୀର୍ଘ ଅନୁଭୂତି ନାହିଁ, କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେବାଭଳି ଯୋଗ୍ୟତା ମଧ୍ୟ ତାଙ୍କର ନାହିଁ । କେବଳ ସେ ବିନମ୍ରତାର ସହ ଅନୁରୋଧ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ନିଜ ଅଂଚଳ ପାଇଁ ନିଜର କର୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ଭିକ ପାଣ୍ଡିଆନ ଗଡ଼ସନ୍ତ୍ରୀଠାରେ ଆହ୍ବାନ ଦେଇଥିଲେ ।
ଗତକାଲି ଧାମନଗର ଠାରେ ମଧ୍ଯ କାରିକ ପାଣ୍ଡିଆନ ଦେଇଥିବା ବିବୃତି ଓ ପ୍ରଶ୍ନ ଆଜି ଗଡ଼ସନ୍ତ୍ରୀଠାରେ ଦୋହରାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଉପନିର୍ବାଚନବେଳେ ୫ଥର ପ୍ରଚାରରେ ଯାଇଥିଲେ । ସେଠାରେ ତାଙ୍କ ପ୍ରାର୍ଥୀ ବିଜୟୀ ହେବା ପରେ ଥରୁଟିଏ ବି ଧାମନଗର ଗଲେ ନାହିଁ କି ଧାମନଗର ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କଲେ ନାହିଁ । ଭୋଟ ସର୍ବସ୍ୱ ରାଜନୀତି ତାଙ୍କର ଅଭ୍ୟାସଗତ ବୋଲି ସୂଚେଇବାକୁ ଚାହିଁଥିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ଯକ୍ଷ କାର୍ଷିକ ପାଣ୍ଡିଆନ । ଧାମନଗରରେ ସେ ଧାମନଗରବାସୀଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ତେବେ ଧାମରା ପୋର୍ଟରେ କଣ କଣ ହୋଇଛି ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଟିକିନିଖ୍ ତାଲିକା ଦେଇଛନ୍ତି ବୋଲି କଟାକ୍ଷ କରିଥିଲେ କାର୍ଷିକ ପାଣ୍ଡିଆନ ।
ଏଠାରେ ସେ ପଚାରିଥିବା ପ୍ରଶ୍ନର ଉତ୍ତର ମଧ୍ଯ ଧର୍ମେନ୍ଦ୍ର ପ୍ରଧାନ ଦେବେନାହିଁ ବୋଲି ଜାଣିଥିବା କହିଛନ୍ତି । ତେବେ ଏବେବି ସମୟ ଅଛି, ଏବେବି ଏ ଅଂଚଳର ଲୋକ ଆଶା ରଖିଛନ୍ତି ସର୍ବୋପରି ସେ ନିଜେ ଆଶା ରଖିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ବିଳମ୍ବରେ ହେଲେ ମଧ୍ୟ ଏ ଅଞ୍ଚଳ ପାଇଁ କିଛି କରିବେ । ଯଦି ଏ ଅଞ୍ଚଳରେ ଲୋକମାନଙ୍କ ପାଇଁ ଠିକ କାମ କରନ୍ତି ତାହେଲେ କେବଳ ନାମାଙ୍କନ ପତ୍ର ଦାଖଲ କରି ଘରେ ବସିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ୨ ଲକ୍ଷ ଭୋଟରେ ବିଜୟୀ ହୋଇପାରନ୍ତେ ବୋଲି କଟାକ୍ଷ କରିଥିଲେ ଶ୍ରୀ ପାଣ୍ଡିଆନ ।
ଗଜସନ୍ତ୍ରୀ ପରେ ପାଣ୍ଡିଆନ ପାଲଲହଡା ନିର୍ବାଚନମଣ୍ଡଳିର ଖମାରଠାରେ ପହଞ୍ଚିଥିଲେ । ସେଠାରେ ଖମାର ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ବାଣ୍ଟିବା ସହ ଗୋପବନ୍ଧୁ ମହାବିଦ୍ୟାଳୟର ବିକାଶ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସୂଚନା ଦେଇଥିଲେ । ପରେ ଏକ ସାଧାରଣସଭାରେ ଉଦବୋଧନ ଦେବାବେଳେ ଧର୍ମେନ୍ଦ୍ରଙ୍କୁ ପୁଣି ପ୍ରଶ୍ନ ପଚାରିବା ସହ ଟାର୍ଗେଟ କରିଥିଲେ । ଏଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ । ରୂପାନ୍ତରଣ ଯାତ୍ରାରେ ଦୌଡୁଛି ଅନୁଗୁଳ । ଗତ ଜୁଲାଇ ୧୧ତାରିଖରେ ଜିଲ୍ଲା ଗସ୍ତ କରିଥିଲେ 5T ଅଧ୍ୟକ୍ଷ କାର୍ତିକେୟନ ପାଣ୍ଡିଆନ । ସେତେବେଳେ ଲୋକେ ଦେଇଥିବା ୨୨୭ଟି ଦରଖାସ୍ତ ମଧ୍ୟରୁ ପ୍ରାୟ ୨ଶହ ଦରଖାସ୍ତର ସମାଧାନ ହୋଇସାରିଛି । ମନ୍ଦିର, ମସଜିଦ୍, କମ୍ୟୁନିଟି ସେଣ୍ଟର ପାଇଁ ଅର୍ଥ ମଂଜୁର କରାଯାଇଛି । ସେସବୁକୁ ସ୍ୱଚ୍ଛତାର ସହ ଖର୍ଚ୍ଚ କଲେ ଆହୁରି ଅନୁଦାନ ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
ଛଅ ମାସ ଭିତରେ ଦ୍ଵିତୀୟ ଥର ଅନୁଗୁଳ ଯାଇଛନ୍ତି ST ଅଧ୍ଯକ୍ଷ । କଥାରେ ନୁହେଁ କାମରେ ବିଶ୍ଵାସ କରନ୍ତି ମୁଖ୍ୟମନ୍ତ୍ରୀ । ଛଅମାସ ଭିତରେ ଅଞ୍ଚଳ ପାଇଁ ୨ଶହ କୋଟି ଟଙ୍କର ପ୍ରକଳ୍ପ ଅନୁମୋଦନ । ବ୍ରାହ୍ମଣୀ ନଦୀ ଉପରେ ଥିବା ସେତୁକୁ ପବିତ୍ର ମୋହନ ପ୍ରଧାନ ସେତୁ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଅନୁରୋଧ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସିବିଡାରୁ ଖଡ଼କା ରାସ୍ତା ପାଇଁ ୪୨କୋଟି ଟଙ୍କା ମଂଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଛି। ପାଲଲହଡ଼ା ସହରରୁ ମାଙ୍କଡ଼ା ନାଳ ଦେଇ ନାଇକାଣିପାଲି ପର୍ଯ୍ୟନ୍ତ ରାସ୍ତା ପାଇଁ ୨୦ କୋଟି, ଦାଡ଼ଗଡ଼ିଆ ସିଆରିଆ ରାସ୍ତା ପାଇଁ ୧୪କୋଟି ୯୦ ଲକ୍ଷ, ମାଙ୍କିଡିଆ ନାଳ ଉପରେ ସେତୁ ପାଇଁ ୫କୋଟି ୪୦ଲକ୍ଷ, ଅନ୍ଧାରୀ ନାଳ ଉପରେ ଓଡ଼ଶରୁ କୋଚିଆବେଢ଼ାକୁ ସଂଯୋଗ କରୁଥିବା ସେତୁ ପାଇଁ ୪କୋଟି, ପବିତ୍ର ମୋହନ ପ୍ରଧାନ ମେମୋରିଆଲ୍ ପାଇଁ ପ୍ରାୟ ୩କୋଟି ଅନୁମୋଦନ ହୋଇଛି।
ଜିଲ୍ଲାର ସବୁ କଲେଜ, ସ୍କୁଲକୁ 5Tରେ ସାମିଲ କରାଯାଇଛି । ବଡ଼ ସହରର ପିଲାଙ୍କ ଭଳି ଏହି ଅଞ୍ଚଳର ପିଲା ବି ପାଠ ପଢିବେ । ଖମାର କଲେଜ ରୂପାନ୍ତରଣ ପାଇଁ ୫କୋଟି ଟଙ୍କା ମଂଜୁର କରାଯାଇଛି । ଫେବ୍ରୁଆରୀରେ ଅନୁଗୁଳରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରାଯିବ । ଫେବ୍ରୁଆରୀ ସୁଦ୍ଧା ଜିଲ୍ଲାର ସବୁ ପଞ୍ଚାୟତରେ ମିଳିବ ବ୍ୟାଙ୍କ ସୁବିଧା । ପ୍ରତି ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ମଧ୍ଯ ଟଙ୍କା ଦିଆଯାଇଛି ।
ଢେଙ୍କାନାଳ ପରଜଙ୍ଗରେ ମଧ୍ଯ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ ଫାଇଭ ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ କାର୍ତିକେୟନ ପାଣ୍ଡିଆନ । ପୁଣିଥରେ ୩ଟି ପ୍ରସଙ୍ଗକୁ ନେଇ ସିଧାସଳଖ ପ୍ରଶ୍ନ କରିଥିଲେ । ଧର୍ମେନ୍ଦ୍ର ବାବୁଙ୍କୁ ଲକ୍ଷ୍ୟ କରି ପାଣ୍ଡିଆନ କହିଥିଲେ ଯେ, ଆପଣ ମାଟି ପାଇଁ ଧ୍ୟାନ ଦିଅନ୍ତୁ । ନିଜ ଘରକୁ କେବେବି ଭୁଲିବେନି । ଆପଣ ଚେଷ୍ଟା କଲେ ମୁଖ୍ୟମନ୍ତ୍ରୀ ସବୁ ସହାୟତା କରିବେ । ଲୋକେ ସବୁ ମନେ ରଖିବେ କାହା ହାତରେ କେତେ କ୍ଷମତା । ଆପଣ ବଡ଼ କ୍ଷମତାରେ ଅଛନ୍ତି । ଆପଣ ପିଲାଙ୍କ ପାଇଁ କାହିଁକି କିଛି କରୁନାହାନ୍ତି ? ଢେଙ୍କାନାଳବାସୀ କେଉଁ
ପାପ କଲେ ବୋଲି ପଚାରିଥିଲେ ପଣ୍ଡିଆନ ।
ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବର୍ଷକ ମଧ୍ୟରେ ସେ ଏଠାକୁ ଦୁଇ ଥର ଆସିଛିନ୍ତି । ଜୁଲାଇ ୧୨ରେ ପ୍ରଥମେ ଆସିଥିଲେ । ୫୨୬ ଦରଖାସ୍ତ ପାଇଥିଲେ । ସେଥିମଧ୍ୟରୁ ୪୫୦ ଦରଖାସ୍ତର ସମାଧାନ ହୋଇଛି । ଅଂଚଳର ବିକାଶ ଲାଗି ହଜାରେ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁକାଟିନି ପାଖରେ ଆତିବନ୍ଧ ନିର୍ମାଣ ଲାଗି ୯୦୦ କୋଟି ଅନୁମୋଦନ କରିଛନ୍ତି । ସେହିପରି ଲୋ ଭୋଲଟେଜ୍ ସମସ୍ୟା ଦୂର କରିବାକୁ ଦୁଇଟି ସବଷ୍ଟେସନ ନିର୍ମାଣ ହବ । ଜହ୍ନପଡ଼ା ପାଖରେ ହେବାକୁ ଥିବା ସବଷ୍ଟେସନ ଲାଗି ୫୦ କୋଟି ମଂଜୁର ହୋଇଛି । ମୁକ୍ତାପଶି ପାଖରେ ଆଉ ଏକ ସବଷ୍ଟେସନ ଲାଗି ୧୨ କୋଟି ମଂଜୁର ହୋଇଛି ।
ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତି ଲାଗି ୨ କୋଟି ୨୦ ଲକ୍ଷ ମଂଜୁର ହୋଇଛି । ଜିଲ୍ଲାରେ ୬ ମାସ ମଧ୍ୟରେ ସବୁ ସ୍କୁଲ, ଉଚ୍ଚମାଧ୍ଯମିକ ସ୍କୁଲ ଓ କଲେଜର ରୂପାନ୍ତରଣ ସରିବ । ପରଜଙ୍ଗ ପିଲା ମଧ୍ଯ ଭଲ ସ୍କୁଲର ପାଠ ପଢିବେ । ଏଠାକାର ଲୋକଙ୍କ ସ୍ୱପ୍ନ ସାକାର ହେଲେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ କାର୍ତିକେୟନ ପାଣ୍ଡିଆନ ।








