ପାରାଦୀପ : ଆର୍ସଲର ମିତ୍ତଲ ନିପନ୍ ଷ୍ଟ୍ରିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପାରାଦୀପ ନୂଆଗଡ ପଞ୍ଚାୟତର ମୂଷାଡିଆ ଗ୍ରାମରେ ସୌର ଶକ୍ତିସମ୍ପନ୍ନ ଲାଇଟ୍ ସ୍ଥାପନ କରିଛି। ଏହି ସୌର ଶକ୍ତିସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ 1500 ରୁ ଅଧିକ ଗ୍ରାମବାସୀଙ୍କୁ ଉପକୃତ କରିବା ସହ ଲୋକଙ୍କ ସୁବିଧା ଏବଂ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବ |
ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଏସ୍ଆର୍ ୱିଙ୍ଗ୍ ଏହାର ପ୍ରୋଜେକ୍ଟ ‘ଉଜ୍ଜ୍ଵଳା’ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ମୂଷାଡିଆରେ 19 ଟି ସୌର ଶକ୍ତିସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରିଛି। ଏହି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜରିଆରେ ଆସନ୍ତା ଦିନରେ ବାଲିଡିଆ, ହାଣ୍ଡିଆ, ପାରାଦୀପଗଡ, ବିମାନାସୀ ଏବଂ ଚକ୍ରଧରପୁର ଗ୍ରାମରେ ଅଧିକ ସୌର ଶକ୍ତିସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରିବାକୁ ଏଏମ୍/ଏନ୍ଏସ୍ ଇଣ୍ଡିଆ ଯୋଜନା କରିଛି। ଏହି ଷ୍ଟ୍ରିଟ୍ ଲାଇଟ୍ ସୌର ଶକ୍ତି ସଂରକ୍ଷଣ କରିବ ଏବଂ ଗ୍ରୀଡ୍ ଶକ୍ତି ଉପରେ ନିର୍ଭର ନକରି କାର୍ଯ୍ୟ କରିପାରିବ |
ଗ୍ରାମବାସୀ ତଥା ସ୍ଥାନୀୟ ପ୍ରତିନିଧି ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସ୍ଆର୍ ବିଭାଗ ମୁଖ୍ୟ ଡ଼. ବିକାଶ ୟାଦଭେନ୍ଦୁଙ୍କ ଉପସ୍ଥିତିରେ ମୂଷାଡିଆରେ ଏହି ସୌର ଶକ୍ତିସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ଉଦଘାଟନ କରାଯାଇଥିଲା।
ଏହି ପଦକ୍ଷେପ ସମ୍ବନ୍ଧରେ ଓଡିଶା ଅପରେସନ୍, ଏଏମ୍/ଏନଏସ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି କହିଛନ୍ତି, “ଏଏମ୍/ଏନ୍ଏସ୍ ଇଣ୍ଡିଆ ନିଜର ସମସ୍ତ ଅପରେଟିଂ ସ୍ଥାନରେ ସମାଜର ସର୍ବାଙ୍ଗୀନ ବିକାଶ ଆଣିବାକୁ ପ୍ରତିଶୃତିବଦ୍ଧ | ତତସହିତ, ଆମେ ଆମର କର୍ମଚାରୀ, ଅଂଶୀଦାର ଏବଂ ସମାଜର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥାଉ | ଗ୍ରାମଗୁଡିକରେ ସ୍ଥାପିତ ସୌର ଶକ୍ତିସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ ରାତି ସମୟରେ ଯାତ୍ରୀମାନଙ୍କୁ ସେମାନଙ୍କ ଆରାମ ଏବଂ ନିରାପତ୍ତା ସୁନିଶ୍ଚିତ କରିବ | ଆମେ ଆଶା କରୁଛୁ ଯେ କମ୍ପାନୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ନିକଟ ଗ୍ରାମବାସୀମାନେ ସେମାନଙ୍କର ସହଯୋଗର ହାତ ବଢ଼ାଇବେ।”
ରାଜ୍ୟ
ଏଏମ୍/ଏନ୍ଏସ୍ ଇଣ୍ଡିଆ ଦ୍ୱାରା ପାରାଦୀପର ନୂଆଗଡ ପଞ୍ଚାୟତରେ ସୌର ଶକ୍ତିସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପିତ
- Hits: 296








