"ମୁଖ୍ୟମନ୍ତ୍ରୀଙ୍କ କଥା ରେ ଅଂଚଳବାସୀ ଙ୍କ ଏବେ ବି ଅତୁଟ ବିଶ୍ବାସ ରହିଛି l"
ପଦ୍ମପୁର :- ରାଜାଜୀ ଟାଉନ୍ ହଲ୍ ଠାରେ ଜିଲ୍ଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଜରୁରୀକାଳୀନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ପଦ୍ମପୁର ନାଗରିକ କମିଟି ସଭାପତି ରାମଚନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ପଦ୍ମପୁର କୁ ସରକାର ଜିଲ୍ଲା ଘୋଷଣା ବିଷୟକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ଆସନ୍ତା ୩୦ ଡିସେମ୍ବର ଦିନ ପଦ୍ମପୁର ଜିଲ୍ଲା ବିଧିବଦ୍ଧ ଭାବରେ ଘୋଷଣା ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅଞ୍ଚଳରେ ଖୁସି ର ମାହୋଲ ଖେଲାଇଦେଇଥିଲା ଓ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ପ୍ରକ୍ରିୟା ଆରମ୍ଭ ଚାଲିଥିବା ସମୟରେ ସକାଳୁ ହଠାତ୍ ପଦ୍ମପୁର ଅଞ୍ଚଳରେ ଉଚ୍ଚ ନ୍ୟାୟାଳୟର ଅଙ୍କୁଶ ଖବର ଜାଣିପାରି ସ୍ତବ୍ଧ ହୋଇଥିଲା ସମଗ୍ର ଅଂଚଳ । ଆଜି ପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ଆରମ୍ଭ ହୋଇଥିବାର ତଥ୍ୟ ସରକାର ପ୍ରଦାନ କରିପାରିନଥିବାରୁ ମାନ୍ଯବର ଉଚ୍ଚ ନ୍ୟାୟାଳୟ ରେ ସରକାର ଙ୍କ ଓକିଲ ସମୟ ମାଗିଥିବାରୁ ଲୋକେ ସରକାର ଙ୍କ ଜିଲ୍ଲା ଘୋଷଣା ର ଆନ୍ତରିକତା ଉପରେ ନାନା ପ୍ରଶ୍ନ ଉଠୁଛି । ତଥାପି ମଧ୍ୟ ଅଂଚଳରେ ମୁଖ୍ୟମନ୍ତ୍ରୀ ଙ୍କ କଥା ଉପରେ ବିଶ୍ବାସ ଅତୁଟ ରହିଛି ଓ ଆସନ୍ତା ଡ଼ିସେମ୍ବର ୩୧ ସୁଦ୍ଧା ପଦ୍ମପୁର କୁ ଜିଲ୍ଲା ଘୋଷଣା କରାଯିବ ବୋଲିି ଆଶା ଓ ବିଶ୍ବାସ ରହିଛି । ଆଜି ର ବୈଠକ ରେ ମାନ୍ଯବର ଓଡ଼ିଶା ହାଇକୋର୍ଟ ଙ୍କ ରାୟ ର ତର୍ଜମା କରି ଆବାହକ ଅଜିତ କୁମାର ଶତପଥି କହିଥିଲେ ଯେ ରାଇରଙ୍ଗପୁର କ୍ରିୟାନୁଷ୍ଠାନ କମିଟି ର ଆବେଦନ ଦ୍ବାରା ପଦ୍ମପୁର ଜିଲ୍ଲା ଗଠନ ର କୌଣସି ସମ୍ପର୍କ ନାହିଁ କିମ୍ବା ସରକାର ଜିଲ୍ଲା ଗଠନ ପ୍ରକ୍ରିୟା କୁ କୈଣସ ପ୍ରକାରର ରୋକ ଉଚ୍ଚ ନ୍ୟାୟାଳୟ ଲଗେଇ ନାହାନ୍ତି। ଏଣୁ ଆମେ ସରକାର ଙ୍କୁ ବିଶ୍ବାସ କୁ ନେବାକୁ ପଡିବ ଓ କୌଣସି ପ୍ରକାରରେ ନକାରାତ୍ମକ ଚିନ୍ତା କରିବାର ନାହିଁ । ସରକାର ଚାହିଁଲେ ଉକ୍ତ ରାୟକୁ ନିଷ୍ପଭ୍ର କରିପାରିବେ। ମିଳିତ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ଅନୁସାରେ ଓ ଅଂଚଳ ସ୍ବାଭିମାନ ଓ ଭାବାବେଗକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ଘୋଷଣା ପ୍ରକ୍ରିୟା କୁ ନିର୍ଧାରିତ ସମୟଶୀମା ମଧ୍ୟ ରେ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର କୁ ଏକ ଦାବିପତ୍ର ପ୍ରେରଣ କରାଯିବ। ଆସନ୍ତା ଡ଼ିସେମ୍ବର ୩୧ ସୁଦ୍ଧା ପଦ୍ମପୁର କୁ ବିଧିବଦ୍ଧ ଭାବରେ ସରକାରୀ ଘୋଷଣା କରାନଗଲେ ଅଂଚଳବାସୀ ପରବର୍ତ୍ତୀ ବିକଳ୍ପ ଗ୍ରହଣ କରିବେ ବୋଲିି ନିଷ୍ପତ୍ତି ଗୃହିତ ହୋଇଛି । ଆସନ୍ତା ଡ଼ିସେମ୍ବର ୩୧ ତାରିଖ ଅଂଚଳର ଜନସାଧାରଣ ଙ୍କୁ ନେଇ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବାପାଇଁ ସ୍ଥିରୀକୃତ ହୋଇଛି । ଆଜିର ବୈଠକରେ ବଣିକ ସଂଘର ସଭାପତି ପ୍ରତାପ ମିଶ୍ର, କ୍ରିୟାନୁଷ୍ଠାନ କମିଟିର ଝାରବନ୍ଧ ସଦସ୍ଯ ଡାକ୍ତର ମୋହନ ନାଏକ,ବ୍ରାହ୍ମଣ ସମାଜର ସଭାପତି ଜୟ ନାରାୟଣ ତ୍ରୀପାଠୀ, କୋଶଲ ଆନ୍ଦୋଳନର ମନୋରଞ୍ଜନ ସିଂ ବରିହା , ଷ୍ଟାମ୍ପ ଭେଣ୍ଡର ସଂଘ ରୁ ସନ୍ତୋଷ ମହାନ୍ତି, ଜିଲ୍ଲା ଦାବି ଯୁବ ସଂଗଠନରୁ ସୁରଜ ଭୋଇ , ଟଙ୍କଧର କଣ୍ଟା, ସୁନିଲ ଅଗ୍ରୱାଲ , ନିରୋଜ ଦୋରା ଙ୍କ ସମେତ ସମସ୍ତ ଅନୁଷ୍ଠାନ ଓ ରାଜନୈତିକ ଦଳ ର ପ୍ରତିନିଧି ପ୍ରମୁଖ ଯୋଗଦାନ ଦେଇ ନିଜନିଜ ମତାମତ ଉପସ୍ଥାପନ କରିଥିଲେ ।







