ହେଡଲାଇନସ୍:

ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ 

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଏବଂ କନିଷ୍ଠ ଉଭୟ ବର୍ଗରୁ ୧୩ଜଣ ଲେଖାଏଁ ଶିକ୍ଷାର୍ଥିନୀ ଭାଗ ନେଇଥିଲେ । ବରିଷ୍ଠ ବର୍ଗରୁ ଅଙ୍କିତା ପୄଷ୍ଟି, ଆକାଂକ୍ଷା ସାହୁ, ନଫିସ ଫାତମା ଏବଂ କନିଷ୍ଠ ବର୍ଗରୁ ଗୁଞ୍ଜନ ଦାସ, ଲିଜା ସାହୁ, ଲିପସା ଡାଲୁଆ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଦିବ୍ୟକିଶୋର ପଣ୍ଡାମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜ୍ଞାନର ମହନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁନୀଲ ମୁଣ୍ଡୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ।ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବୄନ୍ଦାବନ ଦାଶ ଅତିଥି ପରିଚୟ ,ସ୍ବାଗତ ଭାଷଣ,ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଓ ଶ୍ରୀଯୁକ୍ତ ଜୀବନାନନ୍ଦ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଚିନ୍ତାମଣି ସାହୁ,ଜୀବନାନନ୍ଦ ସାହୁ, ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ ପ୍ରକଳ୍ପ ପ୍ରଦର୍ଶନ ରେ ସହଯୋଗ କରିଥିଲେ ।ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ ଓ ଦେଉଲୀ ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଧନଞ୍ଜୟ ସାହୁ ବିଚାରପତି ଭାଗରେ ଯୋଗଦେଇଥିଲେ ।ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ,ସୁରେଶ ଚୌହାନ,ସୁଶୀଲ କୁମାର ବରିହା, ରଞ୍ଜନ କୁମାର ହୋତା, ଶ୍ରୀମତୀ ମିନତି ଦାଶ, ନିଳିମାରାଣୀ ମହାନ୍ତିପୁରସ୍କାର ବିତରଣରେ ସହାୟତା କରିଥିବା ବେଳେ ଶ୍ରୀମତୀ ସୁଷମା ଦାଶ,ରୋଜି ବଢେଇ,ନନ୍ଦିନୀ ବାଗ,ଶ୍ରୀଯୁକ୍ତ ବସନ୍ତ ବାଗ ଓ ଦୁଷ୍ମନ୍ତ ଛତର ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault