ହେଡଲାଇନସ୍:

ପ୍ରାକ୍ତନ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଙ୍କ ଜନନୀ ସମ୍ପର୍କ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ହାତିବନ୍ଧା ପଞ୍ଚାୟତ ର ଉପର ବାଲିଯୋଡି ଅଞ୍ଚଳ ପରିଦର୍ଶନ କରିବା ସହିତ ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ | ମା ଭଉଣୀ ମାନେ ଅଞ୍ଚଳର ଏବଂ ଅଞ୍ଚଳ ରେ ରହୁଥିବା ଜନସାଧାରଣ ଙ୍କ ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ମଧ୍ୟ ଅବଗତ କରାଇଥିଲେ | ଏହି ଅଞ୍ଚଳ ର ମୁଖ୍ୟ ସମସ୍ୟା ଦୀର୍ଘ ଦିନ ହେବ ସୋଲାର ପାଣି ପମ୍ପ ଥିଲେ ମଧ୍ୟ ଏହା ଅଚଳ ଅବସ୍ଥାରେ ପଡ଼ିରହିଛି ଯାହାଫଳରେ ଏହି ଅଞ୍ଚଳ ର ଜନସାଧାରଣ ପାଣି ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଏହି ଅଞ୍ଚଳ ରେ ବସବାସ କରୁଥିବା ବୁଢା,ବୁଢ଼ୀ,ବିଧବା,ଭିନ୍ନକ୍ଷମ ଅଛନ୍ତି ଯେଉଁ ମାନେ ସରକାର ଙ୍କ ଅନ୍ତର୍ଭୁକ୍ତ ଯୋଜନା ଭତ୍ତା ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ବହୁ ଗରିବ ପରିବାର ଅଛନ୍ତି ଯେଉଁ ମାନେ ରାସନ କାର୍ଡ ପାଇବାରୁ ମଧ୍ୟ ବଞ୍ଚିତ ଅଛନ୍ତି ଏପରି ପରିସ୍ଥିତି ରେ ମା ଭଉଣୀ ମାନେ କିପରି ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରିବେ ଏହି ବିଷୟରେ ଅବଗତ କରାଇବା ସହିତ ଯୋଜନା ସବୁ କେଉଁ ମାଧ୍ୟମରେ ସରକାରୀ ସ୍ତରରେ ଅନ୍ତର୍ଭୁକ୍ତ ହୋଇପାରିବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ |ଏହି ଅଞ୍ଚଳ ର ମା ଭଉଣୀ ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ପରିଶେଷରେ ଏହି ଅଞ୍ଚଳ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସରକାର ଙ୍କ ସହଯୋଗରେ ସମସ୍ୟା ର ସମାଧାନ କରିବେ ବୋଲି ପ୍ରଶାନ୍ତ ସେଠୀ ପ୍ରତିଶୃତି ଦେଇଥିଲେ |

0
0
0
s2sdefault