ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଗଜପତି ଜିଲ୍ଲା ଚତୁର୍ଥ ସାଧାରଣ ବୈଠକ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଶ୍ରୀମତୀ ମରୀୟମ ରଇତ , ଅଧ୍ୟକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଦୀପ ମାଝୀ , ଉପଦେଷ୍ଟା , ସ୍ବତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଧନେଶ୍ଵର ଭୁୟାଁ , ଉପ ଅଧ୍ୟକ୍ଷ , ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତି , ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ ଗଜପତି , ଶ୍ରୀଯୁକ୍ତ ଫାଲଗୁନି ମାଝୀ , ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ।
ଆଜିର ଏହି ଚତୁର୍ଥ ସାଧାରଣ ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଅବଗତ କରାଇଥିଲେ। ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଜପତି ତରଫରୁ ଜିଲ୍ଲାରେ ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟକ୍ରମ ଚାଲୁ ରହିଛି , ଏହା ସହିତ ପ୍ରତ୍ୟେକ ବ୍ଲକରେ ଯେ ବୋଲି ସ୍ବତନ୍ତ୍ର ଉନ୍ନୟନ ପରିଷଦ କିପରି ବିକାଶ ହୋଇପାରିବ ଓ ବିଭିନ୍ନ ନୂଆଁ ଯୋଜନା ଗୁଡିକ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା , ସେହିପରି ସ୍ଵତନ୍ତ୍ର ଉନ୍ନୟନ ପରିଷଦର ବିଭାଗ ତରଫରୁ ଅଧିବାସୀ ମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ସେହି କାର୍ଯ୍ୟକ୍ରମ ଗୁଡିକ ବର୍ତ୍ତମାନ ଚାଲୁରହିଛି। ସେହିପରି ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଦ୍ଵାରା ବିଭିନ୍ନ ଯୋଜନାର କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ ଯାହା ସାଂସ୍କୃତିକ ଗୃହ , ଜନଜାତି ହାଟ , ଦେବ ସ୍ଥଳୀର ବିକାଶ, ଜିଲ୍ଲା ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା, ଜିଲ୍ଲାର ଖେଳ କୁଦର ବିକାଶ, ଦକ୍ଷତା ବିକାଶ ତାଲିମ,ପ୍ରତ୍ୟେକ ବ୍ଲକ ସ୍ତରୀୟରେ ସ୍ବତନ୍ତ୍ର ସ୍ୱେଚ୍ଛାସେବୀ ଆଦି କାର୍ଯ୍ୟକ୍ରମ ଚାଲୁରହିଛି ।
ଏହି ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ ସଭ୍ୟ ସଭ୍ୟା , ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ସଂଯୋଜକ ଶ୍ରୀ ଜି.ରାଜେଶ , ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପିଆର୍.ନାୟକ , ଶ୍ରୀ ବସନ୍ତ କୁମାର ତୋପନ , ସିମଧ୍ରୀ ଭଗବାନ ଓ ସୁଶ୍ରୀ ପ୍ରିୟଙ୍କା ପ୍ରିୟର୍ଶିନୀ ବେହେରା ପ୍ରକଳ୍ପ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ।
ରାଜ୍ୟ
ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଗଜପତି ଜିଲ୍ଲାର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ
- Hits: 209







