ହେଡଲାଇନସ୍:

ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକା (ସେକ କୌସର ): ଆଙ୍କୁଲାଚଟି ସ୍ଥିତ ପି.ବି.ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଏଥିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକ ମୁଖ୍ୟ ଅତିଥି ଏବଂ ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ସାମାଜିକ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ରବି ଶଙ୍କର ହୋତା ଅତିଥି ପରିଚୟ ପ୍ରଦାନ କରି ପକ୍ଷୀ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ନେତୃତ୍ଵ ନେଇଥିଲେ।କମିଟିର ସଦସ୍ୟ ଅଧ୍ୟାପକ ସଂଗ୍ରାମ କେଶରୀ ମିଶ୍ର, ପ୍ରଦୀପ କୁମାର ବଳବନ୍ତରାୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ନୋଡାଲ ଅଧିକାରୀ ଅଧ୍ୟାପକ ନିରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କ ବିଷୟରେ ମନ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀ ମାନେ ସ୍ଲୋଗାନ ଏବଂ ପ୍ଲାକାର୍ଡ ଧରି ଚିଲିକା କୂଳ ଗ୍ରାମ ମାନଙ୍କରେ ପକ୍ଷୀ ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ସଚେତନ କରିଥିଲେ। ବିପିନ ବିହାରୀ ସାମନ୍ତରାୟ ଏବଂ ପ୍ରଶାନ୍ତ କୁମାର ମଙ୍ଗରାଜ ଏଥିରେ ସହଯୋଗ କରିଥିଲେ। ସଭା ଶେଷରେ ଅଧ୍ୟାପକ ସତ୍ୟ ନାରାୟଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault