ହେଡଲାଇନସ୍:

ଡିଜିଟାଲ ସ୍ବର୍ଗ ଦେଖି ହସି ହସି ବେଦମ ହେଲେ ଦର୍ଶକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କସ୍ତୁରୀ ର ଉଦଯାପନୀ ଦିବସ ର ସାଂସ୍କୃତିକ ସମାରୋହ ୨୦୨୩ 


ଅଶ୍ରୁମୋଚନ ମହାନ୍ତି, ଶଙ୍କର ପ୍ରସାଦ ତ୍ରିପାଠୀ ଓ ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କୁ କସ୍ତୁରୀ ସମ୍ମାନ

ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ନାଟ୍ୟାନୁଷ୍ଠାନ କସ୍ତୁରୀ ର ଉଦଯାପନୀ ଦିବସରେ ସାଂସ୍କୃତିକ ସମାରୋହ ୨୦୨୩ କାର୍ଯ୍ୟକ୍ରମରେ ଡ଼ଃ ସଞ୍ଜୟ ହାତୀ ଙ୍କ ରଚିତ ଓ ନିହାର ରଞ୍ଜନ ମିଶ୍ର ଙ୍କ ନିର୍ଦ୍ଦେଶିତ ନାଟକ "ଡିଜିଟାଲ ସ୍ବର୍ଗ" କୁ ବେଶ ଉପଭୋଗ କରିଥିଲେ ଦର୍ଶକ। ଏହି ହାସ୍ୟ ରସ ନାଟକ ରେ ମଞ୍ଚ ଓ ଆଲୋକ ସଜ୍ଜା ରେ ଅଶୋକ କର ତଥା ସଂଗୀତ ରେ ଶକ୍ତି ପ୍ରସାଦ ମିଶ୍ର ଦାୟିତ୍ଵ ନିର୍ବାହ କରିଥିଲେ। ସେହିପରି କସ୍ତୁରୀ ସମ୍ମାନ ୨୦୨୩ ରେ ବିଶିଷ୍ଟ ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି, ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ ଓ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କୁ ମାନପତ୍ର , ପୁଷ୍ପ ମାଳ, ମେମୋଣ୍ଟୋ ଓ ପ୍ରତ୍ୟେକ ଙ୍କୁ ଦଶ ହଜାର ଅର୍ଥ ରାଶିର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ଦିଲ୍ଲିପ କୁମାର ଭଞ୍ଜଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତିଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ, ଦକ୍ଷିଣ ପୂର୍ବ ରେଳବାଇ ର ଡିଭିଜନାଲ ପ୍ରବନ୍ଧକ ଅରୁଣ ଜେ ରାଠୋର ଓ ଏନଏସପିସିଏଲ ର ବ୍ୟବସାୟିକ ମୁଖ୍ୟ ସୁବ୍ରତ ଦେ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ କସ୍ତୁରୀ, କସ୍ତୁରୀ ମୃଗ ପରି ନିଜର ସୁଗନ୍ଧ ଚତୁର୍ଦ୍ଦିଗେ ପ୍ରସାର କରିପାରିଛି ଓ ସଂସ୍କୃତି ତଥା ପରମ୍ପରା କୁ ନେଇ ରାଉରକେଲା ର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ। ସେହିପରି ୨୫ଫୁଟର ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବେଶ ଆକର୍ଷଣୀୟ ହୋଇ ପାରିଛି ବୋଲି କହିଥିଲେ। ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ତଥା ଆରଏସପି ର ନିର୍ବାହୀ ନିର୍ଦ୍ଦେଶକ ଏସ ଆର୍ ସୂର୍ଯ୍ୟବଂଶୀ ଅନୁଷ୍ଠାନର କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ତଥା ଏଥିପାଇଁ ସମସ୍ତଙ୍କ ପ୍ରୟାସ କୁ ସାଧୁବାଦ ଦେଇଥିଲେ। ଅନୁଷ୍ଠାନ ର ସଭାପତି ଶ୍ରୀ ଦିଲ୍ଲୀପ କୁମାର ଭଞ୍ଜ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତି ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ଓ ଶଶାଙ୍କ ଶେଖର ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
୨୫ ଫୁଟ୍ ବିଶିଷ୍ଟ ଜଗନ୍ନାଥଙ୍କ ପ୍ରତିକୃତି ଗଠନ କରିଥିବା ବିଶୋଇ ଡେକୋରେଟର ପ୍ରଦୀପ କୁମାର ବିଷୋୟୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।
ଅନୁଷ୍ଠାନ ର କର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଷ୍ଠାନର ସର୍ବଶ୍ରୀ ଡ଼ଃ ତାପସ ରଞ୍ଜନ ମହାନ୍ତି, କୌସିକ ସୁନ୍ୟନି, ମନୋଜ କୁମାର ଷଡ଼ଙ୍ଗୀ, ସୁଭାଷ ଚନ୍ଦ୍ର ମହାନ୍ତି, ଯୁବଜାନୀ ବେଜ୍, ରଜତ ସାହୁ, ଦୀପକ ରଥ, ଜୟନ୍ତ ମହାରଣା, ରାକେଶ ନାୟକ, ପାଣ୍ଡବ ମଲ୍ଲିକ, ରମେଶ ପାତ୍ର, ପ୍ରଫୁଲ୍ଲ ମହାରଣା, ଜିତେନ ମହାନ୍ତି, ଚିତ୍ତରଞ୍ଜନ ମିଶ୍ର,ପ୍ରଣବ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ମାନସୀ ମହାପାତ୍ର,କମଳନ୍ଦୁ ସାଦୁଆଲ, ରବିନ୍ଦ୍ର ମହାପାତ୍ର, ଅଚ୍ୟୁତ ନାୟକ, ରାଜୀବ ନାୟକ, କିଶୋର ପ୍ରଧାନ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ଜ୍ୟୋତିଷ ଦାସ,ଜୟନ୍ତ ଦାସ,ସାଜି ମାଥ୍ୟୁ, ନିହାର ରଞ୍ଜନ ମିଶ୍ର, ଅଜୟ ପ୍ରଧାନ, ଗଜେନ୍ଦ୍ର ମୁର୍ମୁ, ରଞ୍ଜିତ ସାହୁ, ଦେବପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault