ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ଗୁଣୁପୁର ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ କରାଯାଇଛି। ପରେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ସୁଭ୍ରାଞ୍ଜଳି ପ୍ରଧାନଙ୍କ ଜରିଆରେ ୧୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସମାଲ ଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ନଗର ମଣ୍ଡଳ ସଭାପତି ବଦ୍ରିନାଥ ମହାନ୍ତି ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ମୁଖ୍ୟଫାଟକ ଆଗରେ ବିକ୍ଷୋଭ କରିଥିଲେ। ଏହି ଶୋଭାଯାତ୍ରାରେ ରାଜ୍ୟ ବିଜେପି ଏସ.ଟି ମୋର୍ଚ୍ଚା ଉପସଭାପତି ବିଦ୍ୟାଧର ଶବର ଏବଂ ବରିଷ୍ଠ ବିଜେପି ନେତା କାଳୀ ମାଝୀ ମିଳିତ ସଂଯୋଜନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ସଭାରେ ବରିଷ୍ଠ ନେତାମାନେ ପ୍ରସ୍ତାବିତ ରେ ଗୁଣପୁର ବ୍ଲକରେ ଅଭାବି ବର୍ଷା ଯୋଗୁଁ ଚଳିତ ୨୦୨୩ ବର୍ଷ ଖରିଫ ଚାଷ ପ୍ରଭାବିତ ହୋଇଅଛି, ମରୁଡି ଘୋଷଣା କରାଯାଉ,ଗୁଣପୁର ବ୍ଲକର ସମସ୍ତ ଜମିରେ ଜଳସେଚନର ବ୍ୟବସ୍ଥା କରାଯାଉ,ଗୁଣପୁର ବ୍ଲକର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଗୃହ ଯୋଗାଇ ଦିଆଯାଉ,ଗୁଣପୁର ବ୍ଲକର ସମସ୍ତ ଗ୍ରାମରେ ପାଇପଲାଇନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା, ଗୁଣପୁର ବ୍ଲକର ସମସ୍ତ ଗ୍ରାମରେ ସାହି ଆଲୋକି କରଣ (STREET LIGHT) ବ୍ୟବସ୍ଥା କରାଯାଇ ,ଗୁଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀପୁରଣ କରାଯାଉ ,ଗୁଣପୁର ବ୍ଲକର ସମସ୍ତ ଅନୁସୂଚୀତ ଜନଜାତି ଓ ପାରମ୍ପରିକ ଜଙ୍ଗଲ ବାସିଙ୍କୁ ଜଙ୍ଗଲଜମି ଅ ପତ୍ର ପ୍ରଦାନ କରାଯାଉ ,ଗୁଣପୁର ବ୍ଲକର ସମସ୍ତ ଗ୍ରାମର ଜମିହୀନ ପରିବାରଙ୍କୁ ସରକାରି ଜମି ପ୍ରଦାନ କରାଯାଉ । ଗୁଣପୁର ବ୍ଲକର ସମସ୍ତ ଗ୍ରାମର ବସ୍ତିବାସୀଙ୍କୁ ଘରଜିହ ପଟ୍ଟା ପ୍ରଦାନ କରାଯାଉ, ଗୁଣପୁର ବ୍ଲକର ସମସ୍ତ MGNREGA ଲେବର ମାନଙ୍କୁ ବର୍ଷକୁ ଅନୁନ୍ୟ ୨୦୦ ଦିନର ଯୋଗାଇଦେବା ସହ ପ୍ରତି ସାତଦିନ ନଚେତ ଛଉଦ ଦିନରେ ମଜୁରୀ ପୈଠ କରାଯାଉ ,ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ବଣ୍ଟନ କରିବା, ଯୋଗ୍ୟ ଗରିବ ପରିବାର ଚିହ୍ନଟ କରି ରାସନକାର୍ଡ ପ୍ରଦାନ କରିବା, ସାହାରା ପରି ବିଭିନ୍ନ ଚିଟ୍ଫଣ୍ଡରେ ଜନସାଧାରଣ ବାନ୍ଧିଥିବା କୋଟି କୋଟି ଟଙ୍କା ଫେରସ୍ତ କରିବା ଆଦି ଦାବି କରାଯାଇ ରାଜ୍ୟ ସରକାର ଉପରେ ଦଳୀୟ ନେତାମାନେ ବର୍ଷିଥିଲେ। ଏହି ଘେରାଉରେ ବିଜେପି ନେତା ରାମଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ସମ୍ପାଦକ ହରେକୃଷ୍ଣ ପାଢ଼ି, ଚଗଲା ପଣ୍ଡାଙ୍କ ନେତୃତ୍ବରେ ବିଜେପି ର ଗୁଣନିଧି ଶବର, ଗୌରୀ ମାଣ୍ଡାଙ୍ଗି, ଦାମୋଦର କଂସ ବେହେରା, ଗୋପାଳଚନ୍ଦ୍ର ସାହୁ, କୈଳାସ ସାହୁ, ଭାସ୍କର ଶବର ପ୍ରମୁଖ ଉପସ୍ଥିତ ଥିଲେ।








