ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ପରିଚାଳନା କମିଟି ର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ନୂଆ- ଓ -ଯୁବ ଓଡ଼ିଶା କାର୍ଯ୍ୟକ୍ରମ ର ରାଜ୍ୟ ପର୍ଯ୍ୟବେକ୍ଷକ ତଥା ଅଧସ୍ତନ ସଚିବ ,ଉଚ୍ଚଶିକ୍ଷା ବିଭାଗ ଶ୍ରୀ ସୁଜିତ୍ କୁମାର ପଣ୍ଡା, ନବରଙ୍ଗପୁର ଜିଲ୍ଲାର ନୋଡାଲ କଲେଜ ର ନୋଡାଲ ଅଫିସର ତଥା ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଭାସ୍କର ନାଥ ବିଶ୍ଵାଳ , ନୂଆ -ଓ ର ନବରଙ୍ଗପୁର ଉପଖଣ୍ଡର ସଂଯୋଜିକା ଶ୍ରୀମତୀ ମଞ୍ଜୁଳା ମାଝୀ , ନବରଙ୍ଗପୁର ପୌରପାଳିକା ର ଉପ ନଗରପାଳ ଶ୍ରୀମତୀ ସୌମ୍ୟା ମହାପାତ୍ର , ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା , ନବରଙ୍ଗପୁର ଛାତ୍ର ବି ଜେ ଡି ର ସଭାପତି ଅଭିନାଶ ମହାପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ସୁଜିତ୍ ପଣ୍ଡା ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ଓ ମହାବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡ଼ ଭାସ୍କର ନାଥ ବିଶ୍ଵାଳ ଯୁବ ଶକ୍ତିର ଭୂମିକା ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ପରିଚାଳନା କମିଟିର ସଭାପତି ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ନାରୀମାନେ କୌଣସି କ୍ଷେତ୍ରରେ କମ୍ ନୁହନ୍ତି ବୋଲି ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏକକ ନୃତ୍ୟ, ଦଳଗତ ନୃତ୍ୟ ପତିଯୋଗିତା ଆୟୋଜିତ ହେଇଥିଲା। ସୁଶ୍ରୀ ପଲ୍ଲବୀ ପଟ୍ଟନାୟକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଛାତ୍ରୀ ଭି ନିରୁପାମା ଆଚାରୀ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଡ ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ଶ୍ରୀ ବିନୋଦ ବିହାରୀ ପ୍ରଧାନ, ଶ୍ରୀ ନୃପେନ୍ଦ୍ର ନାଥ ଖୋସଲା , ଶ୍ରୀମତୀ ତାଇରା ବେଗମ୍, ଶ୍ରୀମତୀ ରଞ୍ଜୁସା କୁମାରୀ ପ୍ରହରାଜ , ଶ୍ରୀମତୀ ସୁନିତା ପାତ୍ର , ଶ୍ରୀ ତ୍ରିପତି ମାଳି, ଶ୍ରୀ ଲକ୍ଷ୍ମୀକାନ୍ତ ସୌରା ଏବଂ ଶ୍ରୀ ପଞ୍ଚାନନ ଦାଶଙ୍କ ସହିତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଏବଂ ବହୁ ମାତ୍ରାରେ ଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିବା ସୂଚନା ମିଳିଛି |







